Advertisment

ତନିଷ୍କା- ପରୀ ଟିଏ

ଡ. ରୀନା ରାଉତରାୟ ହାତ ଥରି ଉଠୁଥାଏ ତାର ମାଆକୁ ସମ୍ବର୍ଦ୍ଧନା କଲା ବେଳକୁ। ଆଖି ଲୁହକୁ ଲୁଚାଇ ପାଖକୁ ଆଉଜେଇ ଆଣିଲି। କିଛି ସମୟ ପୂର୍ବରୁ ନାରୀ ସକଳ ଶକ୍ତିର ଆଧାର ବୋଲି ଭାଷଣ ଦେଇଥିବା ମୁଁ ଅସହ୍ୟ କଷ୍ଟ ଯନ୍ତ୍ରଣାରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲି। ସତରେ ନିୟତି ସମ୍ମୁଖରେ କେତେ ଅସହାୟ ଆମେ! ଗତବର୍ଷ ଏହି ସଙ୍ଗଠନର ବାର୍ଷିକ ଉତ୍ସବରେ ହସକୁରି କୁନି ଝିଅଟିଏ ଆସି ଚନ୍ଦନ ଟୀକା ପିନ୍ଧାଇ ମୁଣ୍ଡ […]

ଅଦ୍ୟତନ ହୋଇଛି
ତନିଷ୍କା- ପରୀ ଟିଏ

Pari

Advertisment

ଡ. ରୀନା ରାଉତରାୟ

ହାତ ଥରି ଉଠୁଥାଏ ତାର ମାଆକୁ ସମ୍ବର୍ଦ୍ଧନା କଲା ବେଳକୁ। ଆଖି ଲୁହକୁ ଲୁଚାଇ ପାଖକୁ ଆଉଜେଇ ଆଣିଲି।

Advertisment

କିଛି ସମୟ ପୂର୍ବରୁ ନାରୀ ସକଳ ଶକ୍ତିର ଆଧାର ବୋଲି ଭାଷଣ ଦେଇଥିବା ମୁଁ ଅସହ୍ୟ କଷ୍ଟ ଯନ୍ତ୍ରଣାରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲି।

ସତରେ ନିୟତି ସମ୍ମୁଖରେ କେତେ ଅସହାୟ ଆମେ!

ଗତବର୍ଷ ଏହି ସଙ୍ଗଠନର ବାର୍ଷିକ ଉତ୍ସବରେ ହସକୁରି କୁନି ଝିଅଟିଏ ଆସି ଚନ୍ଦନ ଟୀକା ପିନ୍ଧାଇ ମୁଣ୍ଡ ଉପରେ ଫୁଲ ପକାଉ ଥିଲା। ପ୍ରତିବଦଳରେ ତା କପାଳରେ ଚନ୍ଦନ ଟୋପାଟିଏ ଲଗେଇ ଗେଲ କରିଦେଇ ପଚାରିଲି ତୋ ନାଁ କଣରେ ମାମା?

Advertisment

ଫିକ୍ କରି ହସିଦେଇ କହିଥିଲା, ତନିଷ୍କା।

ଆରେ ବାଃ! ଖୁବ୍ ସୁନ୍ଦର ନାଆଁଟି ତ ତୋର!

ଥାଙ୍କ ୟୁ ଆଣ୍ଟି କହି ହସି ଦେଇ ଡେଇଁ ଡେଇଁ ଚାଲିଗଲା।

ସଂଗଠନ ମୁଖ୍ୟ ବିଭୂତି ପାଖରେ ଠିଆ ହୋଇଥିଲା। କହିଲା, ଅପା ଝିଅଟି ଆମର ସଂଗଠନର ଜଣେ ସକ୍ରିୟ ସଦସ୍ୟଙ୍କର ଝିଅ।

ବାଃ! ବଢ଼ିଆ କଥା। ଖୁବ ବୁଦ୍ଧିମତୀ ଝିଅଟି।

ବିଭୂତି କହିଲା, ହଁ ଅପା! ସେ ଏ ସବୁ କାମରେ ବହୁତ୍ ଖୁସି ହୁଏ। ତାର ବାପା ସହିତ ଜିଦ୍ କରି ଆମର ସବୁ କାର୍ଯ୍ୟକ୍ରମରେ ସେ ଆସି ନିଶ୍ଚିତ ଯୋଗ ଦେବ।

ମୁଁ କହିଲି, ହଁ, ବାପାମାଆଙ୍କ ଆଗ୍ରହ ଓ ସଂସ୍କାରର ପ୍ରତିଫଳନ।

କିନ୍ତୁ ଆଜି ଏକ ବର୍ଷ ପରେ ଏ କଣ ମୁଁ ଶୁଣୁଛି? ତନିଷ୍କାର ମୃତ୍ୟୁ ପରାନ୍ତରେ ତାର ମାଆକୁ ମୁଁ ସମ୍ବର୍ଦ୍ଧିତ କରିବି?

ସ୍ତବ୍ଧ ପ୍ରାୟ!

ହାୟ! ଏମିତି କେମିତି ହେଲାରେ ବିଭୂତି?

ଅପା! କିଛି ଦିନ ପୂର୍ବରୁ ତନିଷ୍କାକୁ ବାରମ୍ବାର ଜ୍ଵର ହେଲା। ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଲା ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ। ଅପରେସନ ମଧ୍ୟ ହେଲା। ଆଚାର୍ଯ୍ୟ ହରିହର କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେବା ସମୟରେ ୱାର୍ଡ ଭିତରେ ବୁଲି ବୁଲି ଅନ୍ୟ ରୋଗୀଙ୍କୁ ସାନ୍ତ୍ଵନା ଦେଇ କୁହେ, ବ୍ୟସ୍ତ ହୁଅନି ଆମର ଟିମ୍ ଅଛନ୍ତି। ତୁମର କିଛି ଅସୁବିଧା ହେଲେ ଆମ ଟିମ୍ ଆସି ତୁମକୁ ସାହାଯ୍ୟ କରିବେ। ନ୍ୟକୁ ସାହସ ଦେଉଥିବା କୁନି ଝିଅ ଜାଣି ନ ଥିଲା ଯେ ନିର୍ଦ୍ଦୟ ମୃତ୍ୟୁ ତା ପାଖରେ ଆସି ପହଞ୍ଚି ସାରିଥିଲା। ଜୀବନ କଣ ବୁଝିବା ପୂର୍ବରୁ ତା ଅଜାଣତରେ ମୃତ୍ୟୁକୁ ପ୍ରତିଦିନ ଭେଟୁ ଥିଲା। ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ତାର ଶେଷ କଥା ଥିଲା "ମୁଁ ବଡ଼ ହେଲେ ଜଣେ ସମାଜସେବୀ ହେବି।"

ବିଭୂତି ଆଉ କଥା କହି ନ ପାରି ଭୋ ଭୋ ହୋଇ କାନ୍ଦି ଉଠି କହିଲା, ଅପା! ଏଇ ହାତରେ ମୁଁ ତାକୁ ନେଇ ସ୍ୱର୍ଗଦ୍ୱାରରେ ଦାହ କରି ଆସିଲି।

ଶେଷ ସମୟରେ ପୁଣି ଏ କଥା ମଧ୍ୟ କହିଥିଲା, ମୁଁ ଯଦି ମରିଯାଏ ମୋତେ ସ୍ୱର୍ଗ ଦ୍ୱାର ନେଇଯିବ।

ଆଃ...ହେ ପ୍ରଭୁ ଜଗନ୍ନାଥ! ଏ କି ବିଚିତ୍ର ଲୀଳା ତୁମର?

ଉତ୍ସବମୟ ସନ୍ଧ୍ୟାର ସମଗ୍ର ପରିବେଶ ଶୋକାକୁଳ ହୋଇ ଉଠିଥିଲା। ତନିଷ୍କା ପାଇଁ ସମସ୍ତଙ୍କ ଆଖିରେ ଲୁହ ଥିଲା।

ସତେ କି ସ୍ଵର୍ଗରୁ ପରୀଟିଏ ବାଟ ହୁଡ଼ି ଚାଲିଆସି ଥିଲା! ମମତାର ଡୋରି ଲଗାଇ ଫେରିଗଲା!

ଫୋ- ୯୪୩୮୨୭୨୧୫୨

Cuttack Acharya Harihar Institute Of Cancer Fairy Queen Taniska Scb Medical Cancer Patient Tanishka Cuttack's Little Girl Tanishka Little Girl Tanishka Tanishka Tanishka Natia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe