Advertisment

ଛାଡ଼ପତ୍ର ଆବେଦନ ପରେ ଟିନା ଡାବି ଲେଖିଲେ ନିଜ ମନର କଥା!

ନୂଆଦିଲ୍ଲୀ: ଆଇଏଏସ୍ ଟପ୍ପର ଟିନା ଡାବି ତାଙ୍କ ସ୍ୱାମୀ ଅଥହର ଖାନଙ୍କୁ ନିକଟରେ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି। ଏହାପରେ ତାଙ୍କର ପଦନ୍ନୋତି ମଧ୍ୟ ହୋଇଛି। ଏ ନେଇ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ସେ ଏକ ବହିକୁ ନେଇ ନିଜର ସମୀକ୍ଷା କରିଛନ୍ତି। ଏଥସହିତ ତାଙ୍କ ଫୋଲଅର୍ସଙ୍କୁ ମଧ୍ୟ କିଛି ଭଲ ବହି ବାବଦରେ ମତ ରଖିବାକୁ କହିଛନ୍ତି। ଯାହାକୁ ସେ ଆଗାମୀ ଦିନରେ ପଢ଼ିବେ। ତେବେ ଟିନାଙ୍କ ଏଭଳି […]

ଅଦ୍ୟତନ ହୋଇଛି
ଛାଡ଼ପତ୍ର ଆବେଦନ ପରେ ଟିନା ଡାବି ଲେଖିଲେ ନିଜ ମନର କଥା!

tina-dabi

Advertisment

ନୂଆଦିଲ୍ଲୀ: ଆଇଏଏସ୍ ଟପ୍ପର ଟିନା ଡାବି ତାଙ୍କ ସ୍ୱାମୀ ଅଥହର ଖାନଙ୍କୁ ନିକଟରେ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି। ଏହାପରେ ତାଙ୍କର ପଦନ୍ନୋତି ମଧ୍ୟ ହୋଇଛି। ଏ ନେଇ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ସେ ଏକ ବହିକୁ ନେଇ ନିଜର ସମୀକ୍ଷା କରିଛନ୍ତି। ଏଥସହିତ ତାଙ୍କ ଫୋଲଅର୍ସଙ୍କୁ ମଧ୍ୟ କିଛି ଭଲ ବହି ବାବଦରେ ମତ ରଖିବାକୁ କହିଛନ୍ତି। ଯାହାକୁ ସେ ଆଗାମୀ ଦିନରେ ପଢ଼ିବେ।

Advertisment

ତେବେ ଟିନାଙ୍କ ଏଭଳି ସମୀକ୍ଷା ପଛରେ କେହି କେହି କହିଛନ୍ତି ଯେ ସେ ତାଙ୍କ ମନ ଭିତରର କଥାକୁ ସମୀକ୍ଷା ଜରିଆରେ ପ୍ରକାଶ କରିଛନ୍ତି।

ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ବହୁ ସମୟ ପରେ ଏହା ଏକ ମୋରା ପୋଷ୍ଟ । ମୁଁ ଗତ କିଛି ମାସ ମଧ୍ୟରେ ବହୁତ ବହି ପଢ଼ିଛି। ଏହା ସେହି ବହିରୁ ପଢ଼ିଥିବା ବେଳେ ହୃଦବୋଧ କରିଥିବା କିଛି ମୋର ମତ।’

Advertisment

ସେ 'ଏ ଜେଣ୍ଟେଲମେନ ଇନ୍ ମସ୍କୋ’ ପୁସ୍ତକର ସମୀକ୍ଷା କରି ଏହାକୁ ୧୦ରୁ ୧୦ ପଏଣ୍ଟ ଦେଇଛନ୍ତି। ତାଙ୍କର ଜଣେ ସାଙ୍ଗ ଏହି ବହି ପଢ଼ିବାକୁ ତାଙ୍କୁ କହିଥିଲେ। ଏହି ବହି ତାଙ୍କ ପାଇଁ ଚଳିତ ବର୍ଷର ସବୁଠୁ ଭଲ ବହି ବୋଲି ସେ କହିଛନ୍ତି। ଟିନା ତାଙ୍କ ପୋଷ୍ଟରେ ଏହି ବହିର ଏକ ଧାଡ଼ିକୁ ଶେୟାର କରିଛନ୍ତି। ବହିର ସମୀକ୍ଷା ମାଧ୍ୟମରେ ଟିନା ତାଙ୍କ ଜୀବନର ପରିବର୍ତ୍ତନକୁ ନେଇ ବଞ୍ଚିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ଜଣେ ଫଲୋଅର୍ସ ଟିନାଙ୍କୁ ପଚାରିଥିଲେ ବ୍ୟସ୍ତବହୁଳ କାର୍ଯ୍ୟଶୈଳୀ ଭିତରେ କେମିତି ବହି ପଢ଼ିବାକୁ ସମୟ ବାହାର କଲେ। ଯାହାର ଜବାବ ଦେଇ ଟିନା କହିଛନ୍ତି, ବହି ପଢ଼ିବା ପାଇଁ ସେ ମାସକ ପୂର୍ବରୁ ସମୟ ବାହାର କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe