ଦୁଇଟି ରାସ୍ତା

ନିରବ ନଜର

ନିଃଶ୍ୱାସ ପ୍ରଶ୍ୱାସ ନେବା କେବଳ ବଞ୍ଚିବା ନୁହେଁ

ଖୋଲା ଆଖିରେ ଯେମିତି, କାଚ ଫୋଡ଼ି ହେଲା ଭଳି ସ୍ୱପ୍ନ

ଦୁଃଖ ହିଁ ଶତ୍ରୁ, ଦୁଃଖ ହିଁ ମିତ୍ର

ଏକ କେନ୍ଦ୍ରସ୍ଥଳ ପାଇବାର ଠିକଣା

ଗୋଟିଏ ଘୂରି ବୁଲୁଥିବା ବାସ୍ନା

କେତେବେଳେ ଲକ୍ଷ୍ୟ ସ୍ଥଳ

ତ କେତେବେଳେ ଯାତ୍ରାର ଭୂମିକା

ହୃଦୟର ଏହି ଅପୂର୍ବ ନମୂନାକୁ

ଲୁଚେଇବି କେଉଁଠି ?

ଆଠ ପ୍ରହର ତ ଏଠି ବର୍ଷାର ପଥ

କିଛି କାମରେ ଆସେନି, କି ଆସିବନି

ଶବ୍ଦ ମୃତ୍ୟୁର, ଦୁଃଖର ଅନୁଭବ

କେବଳ ନିରବ ନଜର

ଚାରା

ଚାରିଦିନ ତଳୁ ବଜାରରୁ ଆସିବା ବେଳେ

ସମୟ ଦୋକାନରୁ କିଣି ଆଣିଛି

ଛୋଟା ଫୁଲ ଚାରା

ତୁମେ ଆସିବାର ଥିଲା

ଆସିଲେ ଏକାଠି ପୋତିବା ଚାରାଗଛ

ଫୁଲ ଫୁଟିବ, ତୁମେ ଆସିନ

ବାଲକୋନୀର ଗୋଟିଏ କୋଣରେ ଫୁଲକୁଣ୍ଡ

ଉଗୁଡ଼ା ହୋଇ ଥୁଆ ହୋଇଛି ସଂପର୍କ

କାହାକୁ କିଛି ନ କହି

ଦାଣ୍ଡ ଦୁଆରେ ଫିଙ୍ଗି ଯାଇଛି ଶଗଡ଼ିଆ

ବସ୍ତେ ଦୋରସା ମାଟି,

ଅସହାୟ ମୁକ ଫୁଲଚାରା

ମୋ ମୁହଁକୁ ବଲବଲ ଚାହିଁଛି

ଫୁଲ ଫିୁଟିବା ତ ଦୂରର କଥା

ପତ୍ର ସବୁ ମଉଳି ଯାଇଛି