Advertisment

ଆପଣଙ୍କ ଦିନ କେମିତି ଭଲରେ କଟିବ?

-ଓମ୍‌ପ୍ରକାଶ ସାହୁ ଓଡ଼ିଆରେ କହନ୍ତି,  ବୁଝ ନ ବୁଝ ପଢ଼ ଗୀତା, ରୁଚୁ ନ ରୁଚୁ ଖା’ ପିତା I ଏହାର ଅର୍ଥ ହେଉଛି, ପିତା ପାଟିକୁ ନ ରୁଚିଲେ ବି ଶରୀର ପାଇଁ ହିତକର ଆଉ ଗୀତା ବୁଝି ନହେଲେ ବି ଆତ୍ମାଶୁଦ୍ଧି ପାଇଁ ଏହାକୁ ପଢ଼ିବା ଆବଶ୍ୟକ। ବ୍ୟାପକ ଭାବେ କହିବାକୁ ଗଲେ ଗୀତା ଏଠାରେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ […]

ଅଦ୍ୟତନ ହୋଇଛି
ଆପଣଙ୍କ ଦିନ କେମିତି ଭଲରେ କଟିବ?

dasd

Advertisment

-ଓମ୍‌ପ୍ରକାଶ ସାହୁ

ଓଡ଼ିଆରେ କହନ୍ତି,  ବୁଝ ନ ବୁଝ ପଢ଼ ଗୀତା, ରୁଚୁ ନ ରୁଚୁ ଖା' ପିତା I ଏହାର ଅର୍ଥ ହେଉଛି, ପିତା ପାଟିକୁ ନ ରୁଚିଲେ ବି ଶରୀର ପାଇଁ ହିତକର ଆଉ ଗୀତା ବୁଝି ନହେଲେ ବି ଆତ୍ମାଶୁଦ୍ଧି ପାଇଁ ଏହାକୁ ପଢ଼ିବା ଆବଶ୍ୟକ। ବ୍ୟାପକ ଭାବେ କହିବାକୁ ଗଲେ ଗୀତା ଏଠାରେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ I

Advertisment

ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ

ଏକଦା ଜଣେ ବୃଦ୍ଧଙ୍କୁ ତାଙ୍କ ନାତି ପଚାରିଲେ ଜେଜେ ସବୁଦିନ ଧର୍ମ ପୁସ୍ତକ ପଢ଼ି ଆପଣଙ୍କୁ କି ଲାଭ ମିଳୁଛି ? ମୁଁ  ଆପଣଙ୍କ ବହି ପଢ଼ିଲି, କିଛି ବୁଝି ପାରିଲିନି, ସେଗୁଡ଼ା ମନେ ବି ରହୁନି I

ବୃଦ୍ଧ ଜଣଙ୍କ କହିଲେ, ‘ଆମ ବାଡ଼ିପଟେ ଯେଉଁ କୋଇଲା ବୋଝେଇ ଜାଲି ବାସ୍କେଟ୍‌ ଅଛି ତାକୁ ନେଇ ନଈରେ ଫିଙ୍ଗି ଦେବୁ ଆଉ ନଈରୁ ବାସ୍କେଟ ଭର୍ତ୍ତି କରି ପାଣି ଆଣିବୁ I’ ନାତି କହିଲେ ବାସ୍କେଟ୍‌ରେ ତ ପାଣି ଆସିବ ନାହିଁ। ବୃଦ୍ଧ କହିଲେ ଈଶ୍ୱରଙ୍କ ଉପରେ ଭରସା କଲେ ପାଣି ଆସିବ। ତୁ ବ୍ୟସ୍ତ ହେବା ଦରକାର ନାହିଁ।

Advertisment

ବୃଦ୍ଧ ଜଣଙ୍କ ନାତିକୁ ଏକ ପୁସ୍ତକର ଗୋଟିଏ ଅଧ୍ୟାୟ ପଢ଼ି ଶୁଣାଇଲେ ଆଉ ଦୃଢ଼ ମନୋବଳର ସହ କାମ ଆରମ୍ଭ କରିବାକୁ କହିଲେ। ନାତି ସେୟା କଲେ, ବାସ୍କେଟ୍‌ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ କିନ୍ତୁ ବାଟରେ ଜାଲ ଥିବା ବାସ୍କେଟରୁ ପାଣିତକ ବୋହିଗଲା I ବୃଦ୍ଧ କହିଲେ, ଆଉ ଥରେ ଯାଇ ପାଣି ନେଇ ଆସ। ପାଣି ଅଲ୍‌ବତ ଆସିବ।

ନାତି ପ୍ରତି ଥର ନିଜ ଦୌଡ଼ିବାର ବେଗ ବଢ଼ାଇ ବାରମ୍ବାର ଉଦ୍ୟମ କଲେ, କିନ୍ତୁ ସେ ବାସ୍କେଟରେ ଘର ପର୍ଯ୍ୟନ୍ତ ପାଣି ଆଣିବା ସମ୍ଭବ ହେଲା ନାହିଁ ।   ଶେଷରେ ବିରକ୍ତ ହୋଇ କହିଲେ, ଜେଜେ ଆପଣ ବେକାର ଏହି ବହି ସବୁ ପଢୁଛନ୍ତି  ।   କିଛି ଲାଭ ନାହିଁ, ବେକାର ପରିଶ୍ରମ, ସମୟ ନଷ୍ଟ।

ଜେଜେ କହିଲେ, ଗୋଟିଏ ମିନିଟ ଚିନ୍ତା କରି କହ ଲାଭ ହୋଇଛି କି କ୍ଷତି ହୋଇଛି।   ନାତି ଏଥର ଆଖି ବୁଜି ଚିନ୍ତା କଲେ, କହିଲେ କିଛି ନାହିଁ , ବେକାର ପରିଶ୍ରମ, ଝାଳ ନାଳ ଆଣ୍ଠିଏ ହୋଇଗଲିଣି।

[caption id="attachment_278244" align="aligncenter" width="750"]publive-image photo-bigstockphoto.com[/caption]

ଜେଜେ କହିଲେ, ଆରେ ଧନ! ବାରମ୍ବାର ଦୌଡ଼ିବା ଦ୍ୱାରା ତୋ ଶରୀରରୁ ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତୋ ଶରୀର ପାଇଁ ଆବଶ୍ୟକ ନଥିଲା ।  ଜେଜେଙ୍କ କଥା ନାତି ମନକୁ ପାଇଲା ।  ଜେଜେ କହିଲେ, ସେତିକି ନୁହେଁ; ଆହୁରି ଲାଭ ହୋଇଛି, ପୁଣି ଚିନ୍ତା କର।

ନାତି ଚିନ୍ତା କରୁ କରୁ ଆଖି ପଡ଼ିଲା ବାସ୍କେଟ୍‌ ଉପରେ।  ଦେଖିଲା କଳା ପଡ଼ିଯାଇଥିବା ବାସ୍କେଟ୍‌ଟି ବାରମ୍ବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଏବେ ଅନ୍ୟ କାମରେ ଲାଗିପାରିବ। ନାତି ଏଥର ଜେଜେଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି କହିଲା, ଜେଜେ ଆପଣ ମୋ ଆଖି ଖୋଲି ଦେଲେ।

ଜେଜେ କହିଲେ ବାସ୍କେଟ୍‌ ଧରି ପାଣି ପାଇଁ ଦୌଡ଼ିବା ପୂର୍ବରୁ ଧର୍ମ ପୁସ୍ତକ କାହିଁକି ପଢ଼ାଗଲା ବିଚାର କରାଯାଉ। ଜେଜେ କହିଲେ, ‘ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଯାଏ। ଆମର ଚିନ୍ତାଶକ୍ତିର ବିକାଶ ଘଟେ, କାର୍ଯ୍ୟଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଯାଏ, ସର୍ବୋପରି ଆମର ଦିନ ବି ଭଲରେ କଟେ।

ଶୁଭକର୍ମ ଆରମ୍ଭ କରିବା ପୂର୍ବରୁ ନଡ଼ିଆ ଭାଙ୍ଗିବାରେ ଯେମିତି ସୁଫଳ ମିଳେ, ଠିକ ସେମିତି ସକାଳୁ ସକାଳୁ ଆଧ୍ୟାତ୍ମିକ ପୁସ୍ତକ ପାଠ କଲେ ଦିନଟି ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି।

ଏ ଗଳ୍ପର ସାରମର୍ମ ହେଉଛି- ମଣିଷ କୌଣସି ଲକ୍ଷ୍ୟ ହାସଲ କରିବା ନେଇ ଯେତେବେଳେ ଆଧ୍ୟାତ୍ମିକତାର ସାହାଯ୍ୟ ନିଏ, ସେତେବେଳେ ସେହି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ନ ହେଲେ ମଧ୍ୟ ଅନ୍ୟାନ୍ୟ ଲାଭ ମିଳିଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ମଣିଷକୁ ତାହା ହିଁ ମିଳେ ଯାହା ତା’ ପାଇଁ ଭଲ ହୋଇଥାଏ। ସେଥିପାଇଁ କୁହାଯାଏ ‘ଈଶ୍ୱର ପ୍ରାଣୀର ମଙ୍ଗଳ ଚାହାନ୍ତି, ଅମଙ୍ଗଳ ନୁହେଁ। ଅମଙ୍ଗଳ ସେତିକିବେଳେ ହୁଏ ଯେତେବେଳେ ମଣିଷ ତାହା ପାଇବାକୁ ନିଜ କର୍ମଦୋଷରୁ ହକ୍‌ଦାର ହୋଇଥାଏ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe