Advertisment

Live Updates: ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥନୀତିକ ସର୍ଭେ ରିପୋର୍ଟ ଆସିବାର ଦିନକ ପରେ ଅର୍ଥାତ ଆଜି ଲୋକସଭାରେ

author-image
Jitendra Garnayak
ଅଦ୍ୟତନ ହୋଇଛି
New Update
Budget

Budget

ଅର୍ଥନୀତିକ ସର୍ଭେ ରିପୋର୍ଟ ଆସିବାର ଦିନକ ପରେ ଅର୍ଥାତ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦେଶର ଅଭିବୃଦ୍ଧି ହାର ୬.୫ ରହିବ ବୋଲି ଆକଳନ କରାଯାଇଥିବାରୁ ଅର୍ଥନୀତିକୁ ବଳ ଦେବାକୁ ବଡ଼ ଘୋଷଣା କରାଯିବ। ଏହାବାଦ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୪% ରହିବ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

Advertisment

ସେହିପରି ନିର୍ବାଚନ ବର୍ଷ ହୋଇଥିବାରୁ ମୋଦି ସରକାର ସାଧାରଣ ଜନତାଙ୍କୁ ମଧ୍ୟ ଆଶ୍ୱସ୍ତି ଦେବାକୁ ଅନେକ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି। ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେହିପରି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ମଧ୍ୟ ରହିଛି। ଦରଦାମ ବୃଦ୍ଧି ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବ୍ୟାକଫୁଟରେ ଥିବା ମୋଦି ସରକାର ବଜେଟ ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ନଜର ରଖିଛନ୍ତି। ୨୦୨୨-୨୩ ବର୍ଷ ଭଳି କେବଳ ବଡ଼ବଡ଼ ଘୋଷଣା କରାଯାଉଛି ନା ମଧ୍ୟବିତ୍ତକୁ ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

— Odisha Reporter (@OdishaReporter) February 1, 2023

  • Feb 01, 2023 12:36 IST

    ଖୋଲିବ ୫୦ଟି ନୂଆ ଏୟାରପୋର୍ଟ, 'ଦେଖୋ ଅପ୍‌ନା ଦେଶ' ଯୋଜନା ଆରମ୍ଭ

    ଦେଶରେ ଆଉ ୫୦ଟି ନୂଆ ଏୟାରପୋର୍ଟ ଖୋଲିବ। ସେହିପରି ଅଧିକ ଏୟାରଷ୍ଟ୍ରିପ, ହେଲି ପୋଡ୍‌ ଓ ଓ୍ୱାଟର୍‌ ଏରୋ ଡ୍ରୋନ୍ସ ମଧ୍ୟ ତିଆରି ହେବ। ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିମାନ ଅବତରଣ ଗ୍ରାଉଣ୍ଡର ମଧ୍ୟ ଉନ୍ନତିକରଣ ହେବ।

    ସେହିପରି ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏଗୁଡିକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ବିକଶିତ ହେବ। ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ୍‌ ମଧ୍ୟ ଲଞ୍ଚ କରାଯାଇଛି। ପର୍ଯ୍ୟଟନ ପାଇଁ 'ଦେଖୋ ଅପ୍‌ନା ଦେଶ' ଯୋଜନା ଆରମ୍ଭ ହେବ।

    ରାଜଧାନୀରେ ୟୁନିଟି ମଲ୍ ଖୋଲିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରାଯିବ। ଏହା ଅଧୀନରେ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଏବଂ ହସ୍ତତନ୍ତ ସାମଗ୍ରୀକୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି।



  • Feb 01, 2023 12:32 IST

    ରେଳବାଇ ପାଇଁ ରେକର୍ଡ ୨.୪୦ ଲକ୍ଷ କୋଟିର ବ୍ୟୟବରାଦ

    ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିବା ବେଳେ ରେଳବାଇ ପାଇଁ ଏଥିରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।

    ସେହିପରି ୨୦୧୪ ତୁଳନାରେ ଏହା ୯ ଗୁଣ ଅଧିକ। କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି। ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।

    କେନ୍ଦ୍ର ସରକାର ମୋଟ ପୁଞ୍ଜି ବ୍ୟୟକୁ ୩୩% ବୃଦ୍ଧି ୧୦ ଟ୍ରିଲିୟନ ଟଙ୍କାରେ ପହଞ୍ଚାଇଛନ୍ତି। ଏହା ଜିଡିପିର ୩.୩%। ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

    ନିର୍ମଳା ସୀତାରମଣ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍‌ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।



  • Feb 01, 2023 12:28 IST

    ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ

    ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ।  ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫% ରଖାଯାଇଛି। ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦% ରଖାଯାଇଛି। ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ରଖାଯାଇଛି। ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରଖାଯାଇଛି। 



  • Feb 01, 2023 12:24 IST

    ସୁନା, ରୁପା ଓ ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି

    ସିଗାରେଟ ଉପରେ ଟିକସ ବୃଦ୍ଧି। ଚିମ୍‌ନୀ ଉପରୁ ଟିକସ ହ୍ରାସ। ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ ଓ ବ୍ୟାଟେରୀର କଷ୍ଟମ ଡ୍ୟୁଟି ହ୍ରାସ ହେଲା। ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ। ଏଗୁଡ଼ିକ ଶସ୍ତା ହେବ। ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା। ଷ୍ଟିଲ ଓ ନିକେଲ କଞ୍ଚାମାଲ ଉପରୁ ଡ୍ରୁଟି ହ୍ରାସ ଜାରି ରହିବ।



  • Feb 01, 2023 12:09 IST

    ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ

    ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ୍‌ ପତ୍ର। ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା କରାଯାଇଛି। ୨ ବର୍ଷ ପାଇଁ ଝିଅ ଓ ମହିଳାଙ୍କ ନାଁରେ ସ୍ଥାୟ ଜମା ରଖାଯାଇପାରିବ। ମଝିରୁ ଉଠାଣ ବ୍ୟବସ୍ଥା ରହିବ। ସୁଧ ହାର ୭.୫% ରହିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ।୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହେବ ‘ସ୍ୱଦେଶ ଦର୍ଶନ ସ୍କିମ୍’। 

    ,



  • Feb 01, 2023 12:02 IST

    ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ କେନ୍ଦ୍ର ସରକାର

    ନିର୍ବାଚନ ବର୍ଷରେ ବଜେଟ ଉପସ୍ଥାପନ କରୁଥିବା ନରେନ୍ଦ୍ର ମୋଦି ସରକାର ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି। ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କଲଗୁଡ଼ିକରେ ୩୮,୮୦୦ ଶିକ୍ଷକ ଓ ସର୍ପୋଟ ଷ୍ଟାଫଙ୍କୁ ନିଯୁକ୍ତି ଦେବେ। ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ। ପିଲାମାନଙ୍କୁ ଉତ୍ତମ ବହି ଯୋଗାଇ ଦେବା ପାଇଁ ଡିଜିଟାଲ ଲାଇବ୍ରେରୀର ବ୍ୟବସ୍ଥା କରାଯିବ।

    ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯିବ। ପିଲାମାନଙ୍କ ପାଇଁ ଜାତୀୟ ଲାଇବ୍ରେରୀ ଖୋଲାଯିବ। ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରୀ ଖୋଲି ପିଲାମାନଙ୍କୁ ବହି ଯୋଗାଇ ଦିଆଯିବ। ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

    ଅନ୍ୟପକ୍ଷରେ ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ 'ଶ୍ରୀଅନ୍ନ' ଯୋଜନା ଆରମ୍ଭ କରାଯାଇଛି। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ରେ ରହିଥିବା ବେଳେ ରପ୍ତାନୀରେ ନମ୍ବର ୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି।



  • Feb 01, 2023 12:02 IST

    ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ କେନ୍ଦ୍ର ସରକାର

    ନିର୍ବାଚନ ବର୍ଷରେ ବଜେଟ ଉପସ୍ଥାପନ କରୁଥିବା ନରେନ୍ଦ୍ର ମୋଦି ସରକାର ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି। ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କଲଗୁଡ଼ିକରେ ୩୮,୮୦୦ ଶିକ୍ଷକ ଓ ସର୍ପୋଟ ଷ୍ଟାଫଙ୍କୁ ନିଯୁକ୍ତି ଦେବେ। ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ। ପିଲାମାନଙ୍କୁ ଉତ୍ତମ ବହି ଯୋଗାଇ ଦେବା ପାଇଁ ଡିଜିଟାଲ ଲାଇବ୍ରେରୀର ବ୍ୟବସ୍ଥା କରାଯିବ।

    ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯିବ। ପିଲାମାନଙ୍କ ପାଇଁ ଜାତୀୟ ଲାଇବ୍ରେରୀ ଖୋଲାଯିବ। ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରୀ ଖୋଲି ପିଲାମାନଙ୍କୁ ବହି ଯୋଗାଇ ଦିଆଯିବ। ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

    ଅନ୍ୟପକ୍ଷରେ ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ 'ଶ୍ରୀଅନ୍ନ' ଯୋଜନା ଆରମ୍ଭ କରାଯାଇଛି। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ରେ ରହିଥିବା ବେଳେ ରପ୍ତାନୀରେ ନମ୍ବର ୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି।



  • Feb 01, 2023 11:51 IST

    ୫୦ଟି ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ ପ୍ରତିଷ୍ଠା କରାଯିବ

    KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ। ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।  5Gର ବିକାଶ ପାଇଁ ଇଂଜିନିୟରିଂ ଇନ୍‌ଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ପ୍ରତିଷ୍ଠା ହେବ। ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା କରାଯାଇଛି। ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦, ୭୦୦ କୋଟି ଟଙ୍କା। 



  • Feb 01, 2023 11:47 IST

    ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ 'ଶ୍ରୀ ଅନ୍ନ'

    ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି 'ଶ୍ରୀଅନ୍ନ'। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧, ରପ୍ତାନୀରେ ନମ୍ବର୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ ବୋଲି ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

    ସେହିପରି ଆଉ ବର୍ଷେ ମାଗଣା ଅନ୍ନ ଯୋଜନା ବଢ଼ିବ ବୋଲି ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ମାଗଣା ରାସନ ଯୋଜନା ପାଇଁ ୨ କୋଟି ଲକ୍ଷରୁ ଅଧିକ ବଜେଟ୍‌ କରାଯାଇଛି। ୨୮ ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ପିଏମ୍‌ ସୁରକ୍ଷା ଯୋଜନାରେ ୪୪ କୋଟି ଲୋକ ଲାଭ ପାଉଛନ୍ତି। ପ୍ରତି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ୨ ଗୁଣା ହୋଇଛି।

    ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ କରାଯାଇଛି। ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଛି। କୃଷି ଋଣ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।



  • Feb 01, 2023 11:43 IST

    ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା

    ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡର ଘୋଷଣା। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଖର୍ଚ୍ଚ ହେବ ୭୯ ହଜାର କୋଟି। କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା। ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି କରାଯାଇଛି। 



  • Feb 01, 2023 11:38 IST

    ମୁଣ୍ଡ ପିଛା ଆୟ ଦୁଇ ଗୁଣ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି

    ଲୋକସଭାରେ ଆଜି ଠିକ୍‌ ଦିନ ୧୧ଟାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତ କାଳ ବା ସ୍ୱାଧୀନତାର ୭୫ ବର୍ଷ ପୂରିବା ପରେ ପ୍ରଥମ ବଜେଟ କେନ୍ଦ୍ର ସରକାର ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।

    ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

    ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍‌ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।

    ଏଥିସହ ଆଉ ବର୍ଷେ ଯାଏ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ବୃଦ୍ଧି କରିଛନ୍ତି। ବସୁ ଧୈବ କୁଟୁମ୍ଭକମ ନୀତିରେ ସରକାର ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି। ଏହା ବିଶ୍ୱସ୍ତରରେ ଭାରତର ଦବଦବାକୁ ପ୍ରଦର୍ଶିତ କରୁଛି।

    ୨୦୧୪ରୁ ଭାରତ ସରକାର ସମସ୍ତ ନାଗରିକ କେମିତି ଉପଯୁକ୍ତ ଅଧିକାର ପାଇବେ, ତା’ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବର୍ତ୍ତମାନ ଦେଶର ମୁଣ୍ଡ ପିଛା ଆୟ ଦୁଇ ଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି। ଏହି ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକ ଆକାର ୧୦ମ ସ୍ଥାନରୁ ଆସି ୫ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚିଛି।

    ଦେଶରେ ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍‌ ଟିକା ଦିଆଯାଇଛି। ଚାଲୁ ବିତ୍ତ ବର୍ଷରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ୭.୦% ରହିବ। ଏହା ସମସ୍ତ ବଡ଼ ଅର୍ଥନୀତିକ ଦେଶ ତୁଳନାରେ ଅଧିକ। ସାରା ବିଶ୍ୱରେ ମହାମାରୀ ଓ ଯୁଦ୍ଧର ବିଭୀଷିକା ଦେଖା ଯାଇଥିବା ବେଳେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ମିଶନ ମୋଡ୍‌ରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର କରାଯାଉଛି। କୃଷି କ୍ରେଡିଟ୍‌ ଟାର୍ଗେଟ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।



  • Feb 01, 2023 11:36 IST

    ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ

    ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ। ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ। ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ। ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା।



  • Feb 01, 2023 11:31 IST

    ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ‘ଆକାଂକ୍ଷୀ ବ୍ଲକ’

    ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ। ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ। ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା। ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। 



  • Feb 01, 2023 11:26 IST

    ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା

    ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ। ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ। ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ ପ୍ରସ୍ତୁ ହୋଇଛି। ମିଲେଟକୁ ପ୍ରୋତ୍ସାହନ ପାଇଁ ଏହା ନାମକରଣ ହେଲା। ଏହାର ନାଁ ଦିଆଯାଇଛି ଶ୍ରୀଅନ୍ନ। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧ ଓ ରପ୍ତାନୀରେ ୨ ନମ୍ବର। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ।



  • Feb 01, 2023 11:22 IST

    ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଲେ ଅର୍ଥମନ୍ତ୍ରୀ

    ମହାମାରୀର ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି। ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି। ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି। ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି। ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି। ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି।



  • Feb 01, 2023 10:53 IST

    ବଜେଟ୍‌ ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

    ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୩-୨୪ର ଆର୍ଥିକ ବଜେଟ୍‌। ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଶେଆର ମାର୍କେଟ୍ ଉପରମୁହାଁ ହୋଇଛି। ବଢ଼ିଛି ସେନ୍‌ସେକ୍ସ। ୪୧୫ ପଏଣ୍ଟ ସେନ୍‌ସେକ୍ସ ବୃଦ୍ଧି ପାଇଛି। ନିଫ୍ଟିରେ ୨୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି। ଖାଲି ସେତିକି ନୁହେଁ ଡଲାର ତୁଳନାରେ ଟଙ୍କା ମଧ୍ୟ ମଜଭୁତ ହୋଇଛି।

    BSE ସେନସେକ୍ସ ପୁଣି ଥରେ ୪୫୦ ପଏଣ୍ଟ ବୃଦ୍ଧି ପାଇ ୬୦,୦୦୧.୧୭ରେ ଖୋଲିଥିଲା। ସେହିପରି NSE ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ନିଫ୍ଟି ୫୦୧୪୯.୪୫ ପଏଣ୍ଟ ହାସଲ କରି ୧୭,୮୧୧.୬୦ ପଏଣ୍ଟରେ ଖୋଲିଥିଲା।

    ଆଜି ବଜେଟ୍‌ ଉପସ୍ଥାପନ ପୂର୍ବରୁ ବିଏସ୍‌ଇରେ ସାମିଲ ୩୦ଟି ଶେଆର ଗ୍ରୀନ୍‌ ସଙ୍କେତ ଦେଇ ଖୋଲିଥିଲା। ପ୍ରାରମ୍ଭିକ ବାଣିଜ୍ୟରେ ବ୍ୟାଙ୍କିଙ୍ଗ୍, ଆଇଟି, ଅଟୋ ସହିତ ସମସ୍ତ ଇଣ୍ଡେକ୍ସରେ ଭଲ ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।

    ସେପଟେ, ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ଜାନୁଆରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାନୁଆରରେ ଜିଏସଟି ସଂଗ୍ରହ ୧ଲକ୍ଷ ୫୫ହଜାର କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୩ ଜାନୁଆରୀ ମାସ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଜିଏସଟି ରାଜସ୍ୱ ୧ଲକ୍ଷ ୫୫ହଜାର ୯୨୨ କୋଟି ଟଙ୍କା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।



Union Budget 2023