Jharsuguda byelection result 2023
ଆଉ କିଛି ସମୟର ଅପେକ୍ଷା। ଆରମ୍ଭ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଲୋକେ ଦେଇଥିବା ଭୋଟର ଗଣତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ। ସାଢ଼େ ୮ଟାରୁ ଇଭିଏମ୍ ଗଣତି ହେବ। ମୋଟ ୧୪ଟି ଟେବୁଲରେ ୧୯ ରାଉଣ୍ଡ ଗଣତି ହେବ।
- May 13, 2023 12:04 IST
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ୍
ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮, ୬୧୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି।
- May 13, 2023 12:00 IST
୧୮ ରାଉଣ୍ଡ ଗଣତି ଶେଷ, ବିଜେଡି ଆଗୁଆ
୧୮ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୧୦୬୬୦୪ ଭୋଟ ମିଳିଥିବା ବେଳେ ବିଜେପିକୁ ୫୮୧୪୫ ଓ କଂଗ୍ରେସକୁ ୪୪୬୩ ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୪୮, ୪୫୯ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଆଗୁଆ ରହିଛନ୍ତି।
- May 13, 2023 11:54 IST
୧୭ ରାଉଣ୍ଡ ସୁଦ୍ଧା ଦୀପାଳି ୪୫ ହଜାରରୁ ଅଧିକ ଭୋଟରେ ଆଗୁଆ
୧୭ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୧୦୦୭୮୫ ଭୋଟ ମିଳିଥିବା ବେଳେ ବିଜେପିକୁ ୫୫୦୪୫ ଓ କଂଗ୍ରେସକୁ ୪୨୭୬ ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୪୫, ୭୪୦ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଆଗୁଆ ରହିଛନ୍ତି।
- May 13, 2023 11:45 IST
ଦୀପାଳି ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ
୧୬ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୯୪୩୨୬ ଭୋଟ ମିଳିଥିବା ବେଳେ ବିଜେପିକୁ ୫୧୯୩୧ ଓ କଂଗ୍ରେସକୁ ୩୨୦୮ ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୪୨, ୩୯୫ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଆଗୁଆ ରହିଛନ୍ତି।
- May 13, 2023 11:25 IST
୧୩ ରାଉଣ୍ଡ ଗଣତି ଶେଷ: ଦୀପାଳି ଆଗରେ
ଝାରସୁଗୁଡ଼ାରେ ୧୩ ରାଉଣ୍ଡ ଗଣତି ଶେଷ ହୋଇସାରିଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ୭୬୯୮୪ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପିକୁ ୪୨୬୮୯ ଓ କଂଗ୍ରେସକୁ ୩୬୬୪ ଖଣ୍ଡ ଭୋଟ ମିଳିଛି।
- May 13, 2023 11:06 IST
ଗଣତି ବଢ଼ିବା ସହିତ ବଢ଼ୁଛି ବିଜେଡି-ବିଜେପି ଭୋଟ ବ୍ୟବଧାନ
ଝାରସୁଗୁଡ଼ାରେ ୧୧ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ଦୀପାଳି ଦାସ ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୮,୧୭୦ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। ଏହି ରାଉଣ୍ଡ ସୁଦ୍ଧା ଦୀପାଳି ୬୩,୫୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀ ୩୫,୩୮୮ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୩୨୦୮ ଖଣ୍ଡ ଭୋଟ ପାଇଛନ୍ତି।
- May 13, 2023 11:00 IST
ଟଙ୍କଧରଙ୍କ ଠାରୁ ୨୫ ହଜାର ଭୋଟ ଆଗରେ ଦୀପାଳି
ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିକୁ ୫୭୬୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୧୬୬ ଖଣ୍ଡ ଭୋଟ୍। ସେହିପରି କଂଗ୍ରେସକୁ ୩୦୬୬ ଖଣ୍ଡ ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୫, ୪୮୪ ଭୋଟରେ ଆଗୁଆ ଚାଲିଛନ୍ତି।
- May 13, 2023 10:47 IST
ନବମ ରାଉଣ୍ଡ ସୁଦ୍ଧା ଦୀପାଳି ଆଗୁଆ, ବିଜେପି ଓ କଂଗ୍ରେସ ପଛରେ
ନବମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୫୧୭୮୦ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୧୯୦ଓ କଂଗ୍ରେସକୁ ୨୮୨୩ ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୨୩, ୫୯୦ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ଆଗୁଆ ରହିଛନ୍ତି।
- May 13, 2023 10:35 IST
ଅଷ୍ଟମ ରାଉଣ୍ଡ ସୁଦ୍ଧା ଦୀପାଳି ୨୦ ହଜାରରୁ ଅଧିକ ଭୋଟରେ ଆଗୁଆ
ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୪୭୨୨୩ ଭୋଟ ମିଳିଥିବା ବେଳେ ବିଜେପିକୁ ୨୫୫୫୭ ଓ କଂଗ୍ରେସକୁ ୨୬୮୫ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୨୧, ୬୬୬ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଆଗୁଆ ରହିଛନ୍ତି।
- May 13, 2023 10:25 IST
ସପ୍ତମ ରାଉଣ୍ଡ ସୁଦ୍ଧା ଦୀପାଳି ୧୮ ହଜାରରୁ ଅଧିକ ଭୋଟରେ ଆଗୁଆ
ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ। ବିଜେଡିକୁ ୪୪୨୨୦ ଭୋଟ ମିଳିଥିବା ବେଳେ ବିଜେପିକୁ ୨୧୯୭୪ଓ କଂଗ୍ରେସକୁ ୨୩୫୯ଭୋଟ ମିଳିଛି। ବିଜେଡିର ଦୀପାଳି ଦାସ ୧୮, ୨୪୬ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଆଗୁଆ ରହିଛନ୍ତି।
- May 13, 2023 10:17 IST
ଝାରସୁଗୁଡ଼ା ଉପନିର୍ବାଚନ:ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୧୮ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଷଷ୍ଠ ରାଉଣ୍ଡ ଗଣନା। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ ।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୫, ୭୫୧ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୩୫୬୦୯ ଭୋଟ ମିଳିଥିବା ବେଳେ ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ୧୯୩୯ ଭୋଟ ମିଳିଛି।
- May 13, 2023 09:55 IST
ଝାରସୁଗୁଡ଼ାରେ ବିଜେଡି ଆଗୁଆ, ପଛେଇ ଗଲେଣି ବିଜେପି ଓ କଂଗ୍ରେସ
ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୧୮ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଚତୁର୍ଥ ରାଉଣ୍ଡ ଗଣନା। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ ।
ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୦, ୧୭୮ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୨୩୬୧୫ ଭୋଟ ମିଳିଥିବା ବେଳେ ବିଜେପିକୁ ୧୩୪୩୭ ଓ କଂଗ୍ରେସକୁ ୮୨୧ ଭୋଟ ମିଳିଛି।
୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
- May 13, 2023 09:16 IST
ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟରେ ଗଣତି କରାଯାଇଛି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୫୯୪୪ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୮ ଓ କଂଗ୍ରେସକୁ ୧୨୩ ଭୋଟ ମିଳିଛି।
୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
- May 13, 2023 08:06 IST
ଝାରସୁଗୁଡ଼ା ଉପନିର୍ବାଚନ: ଗଣତି ଆରମ୍ଭ
ଆଜି ବାହାରିବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683943413.jpg)