Advertisment

୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ; ଜୀବନଯାତ୍ରା ଠପ୍

ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ନବରଙ୍ଗପୁର - ଜୟପୁର ରେଳପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ଯୁବ ମୋର୍ଚ୍ଚା। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

Advertisment

ତେବେ ବନ୍ଦରୁ  ଅତ୍ୟାବଶକୀୟ ସାମଗ୍ରୀ କ୍ରୟ ସହ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ନବରଙ୍ଗପୁର - ଜୟପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଅହେତୁକ ବିଳମ୍ବ ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।

ସେହିପରି ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ପେଣ୍ଡରାଣି ମହବବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରିଛି ଦଳ।

Advertisment
Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe