Advertisment

ଆନ୍ଧ୍ରର କୋଟିଆ ଦଖଲ ଅଭିଯାନକୁ ପଣ୍ଡ କଲା ଓଡ଼ିଶା

ବିଜୁ ପକ୍କା ଘରେ ନାଲି ରଙ୍ଗ ମାରି ଦଖଲ ପାଇଁ ଉଦ୍ୟମ ଚଳାଇଥିଲା ଆନ୍ଧ୍ର

author-image
Tapaswini Nayak
Kotia

Kotia

କୋଟିଆ ଦଖଲ ପାଇଁ ନିଇତି ଚକ୍ରାନ୍ତ କରୁଛି ଆନ୍ଧ୍ର। କିନ୍ତୁ ତାକୁ ପଣ୍ଡ କରିଚାଲିଛି ଓଡ଼ିଶା। ସେଭଳି ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। କୋଟିଆ ପଂଚାୟତର ଉପର ସେମ୍ବିରେ ଓଡ଼ିଶା ସରକାରଙ୍କ ସହାୟତାରେ ନିର୍ମାଣ ହୋଇଥିବା ବିଜୁ ପକ୍କା ଘରକୁ ଆନ୍ଧ୍ରର ଦଖଲ ଉଦ୍ୟମକୁ ପଣ୍ଡ କରିଛନ୍ତି ଓଡ଼ିଶା ଅଧିକାରୀ।

Advertisment

ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର। ଏହି ଖବର ପାଇ ପଟାଙ୍ଗି ତହସିଲଦାର, କୋଟିଆ ରାଜସ୍ୱ ନିରୀକ୍ଷକ ଏବଂ କୋଟିଆ ଥାନା ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ପୋଷ୍ଟ ଅଫିସର ନାମ ଫଳକକୁ ହଟାଇବା ସହ ଲାଲ ରଙ୍ଗ ଉପରେ ଧଳା ରଙ୍ଗ ଲଗାଇଥିଲେ।

କୋଟିଆ ଉପରେ ଓଡ଼ିଶାର ଦାବିକୁ ଦୃଢ଼ କରିବା ପାଇଁ ଗତ କିଛି ମାସ ପୂର୍ବେ ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ ଆସୋସିଏସନର କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତିଙ୍କ ସମେତ ପୂର୍ବତନ ଜିଲ୍ଳାପାଳ ସଂଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଲଫାଫାର ଉନ୍ମୋଚନ କରିଥିଲେ। ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରିଥିଲେ। କୋଟିଆର ପିନ କୋଡ୍ -764039 ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଥିଲେ।

Advertisment
Koraput