Advertisment

ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌, କୋଟିଆରେ ଲଗାଇଲା ଡିଜିଟାଲ ମିଟର

୩୯ ଜଣ ହିତାଧିକାରୀଙ୍କ ଘରେ ଆନ୍ଧ୍ର ଡ଼ିଜିଟାଲ ମିଟର ଲଗାଯାଇଥିବା ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Electricity meter

Electricity meter

କୋଟିଆ ଦଖଲ ପାଇଁ ନିଇତି ଚକ୍ରାନ୍ତ କରୁଛି ଆନ୍ଧ୍ର। କିନ୍ତୁ ତାକୁ ପଣ୍ଡ କରିଚାଲିଛି ଓଡ଼ିଶା। ସେଭଳି ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶା ସୀମାନ୍ତ ତଥା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି।

Advertisment

ଗତକାଲି ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ କିଛି ଅଧିକାରୀ ଏକ ଅଟୋ ଯୋଗେ ଡ଼ିଜିଟାଲ ମିଟର ଆଣି ତଳ ଗଞ୍ଜେଇପଦର ଗ୍ରାମରେ କିଛି  ଲୋକଙ୍କ ଘରେ ଲଗାଇଥିଲେ। ୩୯ ଜଣ ହିତାଧିକାରୀଙ୍କ ଘରେ ଏହି ଡ଼ିଜିଟାଲ ମିଟର ଲଗାଯାଇଥିବା ଜଣାଯାଇଛି। ତେବେ ସ୍ଥାନୀୟ ବ୍ଲକ ପ୍ରଶାସନ ଏନେଇ ସୂଚନା ପାଇବା ପରେ ଆନ୍ଧ୍ରର ଅଧିକାରୀମାନଙ୍କୁ ଏଠାରୁ ଫେରିଯିବା ପାଇଁ ତାଗିଦ୍ କରିଥିଲେ। ପରେ ସେମାନେ ସେଠାରୁ ଫେରିଯାଇଥିଲେ। ଉପରୋକ୍ତ ଗାଁରେ ଓଡ଼ିଶା ପକ୍ଷରୁ ହାତ ଗଣତି ଘରକୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଆନ୍ଧ୍ର ନିଜ ଅଧୀନରେ ଥିବା ଗାଁରେ କିଛି ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ କରିଥିବା ସୂଚନା ରହିଛି।

ଆନ୍ଧ୍ର ପକ୍ଷରୁ ମିଟର ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଆଗକୁ ଭୋଟ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି।

Advertisment

ସୂଚନା ଅନୁସାରେ, ଆସନ୍ତା ମେ’ ୧୩ ତାରିଖରେ ଉଭୟ କୋରାପୁଟ ଓ ଆନ୍ଧ୍ରର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛି। ଏ ନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମଳିନି।

Kotia Issue Koraput