Advertisment

ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌, କୋଟିଆରେ କଲା ମେଡିକାଲ କ୍ୟାମ୍ପ

କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଖେଳୁଛି ନୂଆ ନୂଆ ଚାଲାକି।

author-image
Tapaswini Nayak
kotia

kotia

ଆଦୌ ମାନୁନି ଆନ୍ଧ୍ର।। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଚାଲ୍।

Advertisment

କୋଟିଆରେ ଆନ୍ଧ୍ର କରିଛି ସ୍ୱାସ୍ଥ୍ୟ ସେବା। ଗତ ଶନିବାର ଦିନ କୋଟିଆର ପାଟୁସିନେରୀ ଠାରେ ସାଲୁର ମଣ୍ଡଳର ମେଡିକାଲ ଟିମ୍ କୋଟିଆ ପଞ୍ଚାୟତର ଅନେକ ଗାଁର ଲୋକଙ୍କୁ ଗାଡ଼ିରେ ବୋହି ମେଡିକାଲ କ୍ୟାମ୍ପକୁ ଆଣିଥିଲେ। ଆନ୍ଧ୍ର ସରକାରଙ୍କ 'ଜଗନ୍ ଆନା ଆରୋଗ୍ୟ ସୁରକ୍ଷା' ନାମରେ ଏହି ମେଡିକାଲ କ୍ୟାମ୍ପ ହୋଇଥିଲା। ସାଲୁର୍ ମଣ୍ଡଳ ଉପାଧ୍ୟକ୍ଷ ସୁରେଶ ରେଡ୍ଡୀ, ପ୍ରଶାସନିକ ଅଧିକାରୀ ଜି.ପାର୍ବତୀ ଓ କିଛି ଡାକ୍ତର ଆସି କ୍ୟାମ୍ପ୍ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ।

ସୀମାରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଜଗିଛନ୍ତି। ଏହା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୋଟିଆରେ ପ୍ରବେଶ କରି ମେଡିକାଲ କ୍ୟାମ୍ପ କରୁଛନ୍ତି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment
Koraput