Advertisment

ରାତିଅଧରେ ଘରେ ପଶିଲେ, ଖାଇପିଇ ପଳାଇଲେ

ରାତି ଅଧରେ ୩ଟି ଭାଲୁ ଗାଁର ଅରୁଣ ଦେବନ ନାମକ ଜଣେ ବ୍ୟକ୍ତିଙ୍କ ପାଚେରୀ ଡେଇଁ ଘରେ ପଶିଥିଲେ।

ଅଦ୍ୟତନ ହୋଇଛି
Bear

Bear

Advertisment

ରାତିଅଧରେ ଘରେ ପଶିଲେ ୩ଟି ଭାଲୁ। ଖାଦ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କଲେ। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଏମଭି-୭ ଗାଁରେ।

Advertisment

ଗତକାଲି ବିଳମ୍ବିତ ରାତିରେ ୩ଟି ଭାଲୁ ଗାଁର ଅରୁଣ ଦେବନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପାଚେରୀ ଡେଇଁ ଘରେ ପଶିଥିଲେ। ଘରେ ଥିବା ଖାଦ୍ୟକୁ ଖାଇଥିଲେ। ଏହାସହ ଘରର ଆସବାବପତ୍ର ନଷ୍ଟ କରିଥିଲେ। ଏହି ସମୟରେ ଘର ଲୋକ ଉଠି ପଡ଼ିଥିଲେ। ଭାଲୁମାନେ ଭୟଭୀତ ହୋଇ ଜଙ୍ଗଲକୁ ପଲାଇଯାଇଥିଲା।

ଘରେ ଲାଗିଥିବା ସିସିଟିଭରେ ଏସବୁ ଦୃଶ୍ୟ କଏଦ ହୋଇଛି। ଖାଦ୍ୟ ଅନ୍ୱେଷଣରେ ଭାଲୁ ସହର ମୁହାଁ ହୋଇଥିବା ଜଣାପଡିଛି। ଭାଲୁ ଗାଁରେ ପଶି ଉତ୍ପାତ ମଞ୍ଚାଉଥିବା  ଖବର ପ୍ରସାର ହେବାପରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ ଓ ଅରୁଣଙ୍କ ପରିବାର ଲୋକେ। ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe