Advertisment

ମୋବାଇଲ ଦେଖୁଥିଲା ପୁଅ, ମା’ ଆକଟ କରିବାରୁ ବିଷ ପିଇଦେଲା

ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Poison

Poison

Advertisment

ସ୍କୁଲରୁ ଫେରି  ଘରେ ମୋବାଇଲ ଦେଖୁଥିଲା ପୁଅ। ମା’ ଆକଟ କରିବାରୁ ବିଷ ପିଇ ଦେଲା ପୁଅ। ଏଭଳି ଅଭାବନୀୟ ଘଟଣା
ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପୂରା ଘଟଣା ଥିଲା ଏମିତି, ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲା। ଏଥିପାଇଁ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ନାବାଳକଙ୍କ ମା’ କହିଛନ୍ତି, ସ୍କୁଲରୁ ଆସି ପୁଅ ସବୁବେଳେ ତାର ବାପାର ମୋବାଇଲ ଧରି ଦେଖେ। ମୁଁ ତା’ ଉପରେ ପାଟି କରିଥିଲି।ପୁଅ ରାଗି ଯାଇ ବିଷ ପିଇଦେଲା। 

Advertisment
Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe