Advertisment

ଚିଲିକାରେ ଚାଲିଛି ଡଲଫିନ ଗଣନା; ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ

ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

Dolphins count

Dolphins count

Advertisment

ଆଜି ଚିଲିକାରେ ହେଉଛି ଡଲଫିନ ଗଣନା। ସକାଳ ୬ଟାରେ ଗଣତି ଆରମ୍ଭ ହୋଇଛି। ଏହି ଡଲଫିନ ଗଣନା ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣ
ସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି।

Advertisment

ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି। ସାମୁଦ୍ରିକ ଅଭୟାରଣ୍ୟର ଆଖପାଖ ନଈନାଳରେ ଏହି ଗଣନା କରାଯାଉଛି। ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। 

Advertisment
Chilika Lake Dolphins Count
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe