Advertisment

ମହିଳାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଲା ହାତୀ

କୋଇଡା ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇଥିଲେ।

ଅଦ୍ୟତନ ହୋଇଛି
Elephant Attack

Elephant Attack

Advertisment

ମହିଳାଙ୍କୁ ଶୁଣ୍ଢରେ ଧରି କଚାଡି ଦେଲା ଦନ୍ତା। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅନ୍ତର୍ଗତ କନ୍ତରକୋଇଡା ଗ୍ରାମର ମୁଣ୍ଡା ବସ୍ତିରେ। ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ହେଲେ ମୁଣ୍ଡାବସ୍ତିର ଘାସିରାମ ମୁଣ୍ଡାଙ୍କ ପତ୍ନୀ ଟୁଣୀ ମୁଣ୍ଡା ।

Advertisment

ଗତକାଲି ସନ୍ଧ୍ୟାରେ ଟୁଣୀ ଘର ବାହାରେ କୌଣସି କାମ କରୁଥିଲେ। ଏହି ସମୟରେ ଗୋଠ ଛଡ଼ା ଦନ୍ତା ହାତୀଟି ଆସି ଘର ଭାଙ୍ଗି ଦେଇଥିଲା।  ଟୁଣୀ ଆସି ହାତୀଟିକୁ ଘଉଡାଇବାରୁ  ତାଙ୍କୁ  ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା।

କୋଇଡା ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାରମ୍ବାର ହାତୀ ଗ୍ରାମବାସୀଙ୍କୁ ଆକ୍ରମଣ କରୁଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନ ନେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Elephant Attack Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe