Advertisment

ପାରାଦୀପରୁ ଧରା ପଡ଼ିଲା ଦାମୀ ମାଛ; ଦର ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ତେଲିଆ ବା ତେଲିଆ ବୋରେଇ ମାଛର 'ପୁଟି' wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
fish

fish

Advertisment

ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ୨୫ ଲକ୍ଷରେ ଟଙ୍କାରେ ନିଲାମ ହୋଇଛି। ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ।

Advertisment

ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି। ଦୀଘା ମାର୍କେଟରେ ଏହି ତେଲିଆ ମାଛକୁ ବିକ୍ରି କରିବେ ବୋଲି ଜଣାପଡିଛି।

ତେଲିଆ ବା ତେଲିଆ ବୋରେଇ ମାଛର 'ପୁଟି' wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି। ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି। ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ପଡୁଥିବାରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଏହି ମାଛ ପଡ଼ିଲେ ଖୁବ ଖୁସି ହୋଇଯାଆନ୍ତି। ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ବତ୍ସ୍ୟଜୀବୀମାନେ କହିଛନ୍ତି।

Advertisment
Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe