Advertisment

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ନୀଳାଚଳଙ୍କ ପାର୍ଥିବ ଶରୀର

ନୀଳାଚଳ ପଟେଲ୍ ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
jawan saheed

jawan saheed

ଆଜି ନିଜ ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥୀବ ଶରୀର। ବରଗଡ ଭେଡେନ୍ ବ୍ଲକ୍ ସହଁରା ଟିକ୍ରାରେ ନୀଳାଚଳଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସହିଦ ଯବାନଙ୍କୁ ତାଙ୍କ ପୈତୃକ ଗ୍ରାମ ସୁନାରହମା ପର୍ଯ୍ୟନ୍ତ ନିଆଯିବ। ସେଠାରେ ଶେଷ ଦର୍ଶନ କରିବେ ପରିବାର ବର୍ଗ ଓ ଆତ୍ମିୟସ୍ୱଜନ। ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବୀର ଯବାନ ନୀଳାଚଳଙ୍କ ଶେଷ ଦର୍ଶନ ପାଇଁ ପରିବାର ବର୍ଗ ଓ ଆତ୍ମିୟସ୍ୱଜନ ଚାହିଁ ବସିଛନ୍ତି।

Advertisment

ନୀଳାଚଳ ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ସେ ଗତ ୨୦୦୦ ମସିହାରୁ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ। ଶୁକ୍ରବାର ରାତିରେ ନୀଳାଚଳ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରୀକାଳିନ ଡ୍ୟୁଟି କରୁଥିଲେ। ଏହି ସମୟରେ ସଡକ ଦୁର୍ଘଟଣାରେ ନୀଳାଚଳ ସହିଦ ହୋଇଥିବା ଜଣାପଡିଛି।

ନୀଳାଚଳ ସହିଦ ହୋଇଥିବା ଖବର ଜଣାପଡ଼ିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ନୀଳାଚଳଙ୍କର ଘରେ ଦୁଇ ଝିଅ,ତାଙ୍କ ମା’ ଓ ସ୍ତ୍ରୀ ଅଛନ୍ତି। 

Advertisment
Baragrah Jawan Deadbody