Advertisment

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର

ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ।

Odia Jawan

Odia Jawan

Advertisment

ସିକିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ। ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଭୟଙ୍କର ଫ୍ଲାସ ଫ୍ଲଡରେ ସରୋଜ ସହିଦ ହୋଇଥିବା କଥା ଗତକାଲି ଅପରାହ୍ନ ୨ଟା ବେଳେ ତାଙ୍କ ପରିବାରକୁ ସେନା ପକ୍ଷରୁ ଖବର ଦିଆଯାଇଥିଲା। 

ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ ସରୋଜ। କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ।

Advertisment

ଶେଷଥର ପାଇଁ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ସରୋଜ। ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ମାସ ୪ତାରିଖ ଦିନ ଘରୁ ଫେରିଯାଇ ସିକିମରେ ସେନାରେ ଯୋଗ ଦେଇଥିଲେ।

ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ସହିଦ ହୋଇଥିବା ଥିବା ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁଁ ସିକିମରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ସିଙ୍ଗତାମ ନିକଟରେ ଉଦ୍ଧାରକାର୍ଯ୍ୟ ବେଳେ ତିସ୍ତା ନଦୀ ନିକଟରେ ଥିବା ବହୁ ସେନା ଗାଡ଼ି ଭାସିଯାଇଥିଲା।.

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe