Advertisment

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ ଆଜିଠୁ ଲାଗିଲା କଟକଣା

ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
olive ridley

olive ridley

ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ନିୟମ ଭାଙ୍ଗିଲେ ଜେଲ ଓ ଜରିମାନା କରାଯିବ ବୋଲି ନୋଟିସ ଜାରି କରାଯାଇଛି। ପ୍ରତିବର୍ଷ ଦେବୀ ମୁହାଣ, ଧାମରା ଓ ଋଷିକୁଲ୍ୟା ମୁହାଣରେ କଇଁଛମାନେ ଅଣ୍ଡା ଦେବାକୁ ଆସିଥାନ୍ତି। କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Advertisment

ଏଥିସହିତ ଏହି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି। ନଭେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ ଓ ଜଟାଧାର ଆଦି ୧୪ ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟମ୍ପ କରାଯିବ। ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏହାସହ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ‌ ଲେଖାଏ ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଲିଭ୍‌ ରିଡଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ‌ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ‌ ପୁଲିସ‌ ଓ ମତ୍ସ୍ୟବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Kendrapada Olive Ridleys