Advertisment

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭଖୁଣ୍ଟି

ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି।

author-image
Tapaswini Nayak
Baragada

Baragada

ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବାଜିଲା ଶୁଭଶଙ୍ଖ। ସର୍ବବୃହତ ଖୋଲା ରଂଗ ମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ଗତକାଲି ଶୁଭଖୁଣ୍ଟି ସ୍ଥାପନ ହୋଇଛି।

Advertisment

ବରଗଡର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବଢାର୍ଣ୍ଣ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା। ପରେ
ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା ଏହି ଶୋଭାଯାତ୍ରା। ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି।

ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି, ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ଉତ୍ସାହ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ମୁଁ ଆଶା କରୁଛି ସମସ୍ତ ସହଯୋଗରେ ଧନୁ ଯାତ୍ରା ବହୁ ସୁନ୍ଦର ଭାବେ ହେବ।

Advertisment
Baragrah