/odisha-reporter/media/post_attachments/uploadimage/library/16_9/16_9_0/Snake_1696397801.jpg)
Snake
ବଡ଼ ମାଛ ଜାଲରେ ପଡ଼ିଛି ଭାବି ଖୁସି ହୋଇଯାଇଥିଲା ମାଛ ଧରାଳିଟି। କାଳେ ମାଛଟି ଜାଲରୁ ଖସିଯିବ ଏଥିପାଇଁ ଜାଲ ସହ ମାଡ଼ି ବସିଥିଲା। । ହେଲେ ମାଛ ବଦଳରେ ଜାଲରୁ ଯାହା ବାହାରିଲା ସମସ୍ତଙ୍କର ହୋସ ଉଡ଼ିଗଲା। କାରଣ ଜାଲରେ ପଡ଼ିଥିଲା ୧୦ ଫୁଟର ବିରାଟ ଅଜଗର। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ବାଣୀପଦା ଛତିଶା ପାଟରେ।
Advertisment
ଜାଲରେ ବିରାଟ ଅଜଗର ସାପ ପଡ଼ିଥିବା ନେଇ ଚୌଦ୍ୱାର ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ଡମଣି ଜଙ୍ଗଲରେ ଛାଡ଼ିଥିଲା। ସାପଟି ୬ରୁ ୭ ମାସର ହୋଇଥିବା ବନ ବିଭାଗର କର୍ମଚାରୀ କହିଛନ୍ତି।
ମାଛ ଧରାଳି ରମେଶ ସେଠୀ କହିଛନ୍ତି, ମୁଁ ରାତିରେ ବନ୍ଧ ଜାଲ ବସାଇ ଆସିଥିଲେ। ସକାଳେ ଜାଲ ଝାଡ଼ି ବାକୁ ଗଲା ବେଳ ଜାଲ ଭାରି ଲାଗିଥିଲା। ଜାଲରେ ବଡ଼ ମାଛ ପଡ଼ିଛି ବୋଲି ମୁଁ ଭାବିଥିଲି। ଏଥିପାଇଁ ଜାଲକୁ ମାଡ଼ି ବସିଥିଲି। ପରେ ଜାଲରେ ବଡ଼ ସାପ ପଡ଼ିଥିବାଦେଖିବାକୁ ପାଇଥିଲି। ପରେ ଜାଲ ଫୋପାଡ଼ି ଦେଇ ମୁଁ ପଳାଇ ଆସି ଲୋକଙ୍କୁ ଡାକିଥିଲି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
