Advertisment

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ରୋକିବ ରେଲୱେ; IDS ପ୍ରଣାଳୀ ସ୍ଥାପନ ନିଷ୍ପତ୍ତି

ପୂର୍ବତଟ ରେଳପଥ ନିଜ ଅଧୀନରେ ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ପ୍ରଥମେ ଏଭଳି ଅଭିନବ ପଦକ୍ଷେପ ନେବାକୁ ସ୍ଥିର କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ ଗ୍ରହଣ କରିଛି। ପ୍ରଥମ ପର୍ଯ୍ୟାୟରେ ୨୦୦ କିଲୋମିଟର ରେଳ ଧାରଣରେ ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ବା ଇଣ୍ଟ୍ରୁଜନ୍ ଡିଟେକସନ୍ ସିଷ୍ଟମ୍- (IDS) ସ୍ଥାପନ କରାଯିବାକୁ ନିଷ୍ପତ୍ତି ନେଇଛି। ହାତୀ ଚଳପ୍ରଚଳ କରୁଥିବା ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏହାର ସ୍ଥାପନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୭୯ କୋଟି ୧୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। IDS ସ୍ଥାପନ ଦ୍ୱାରା ରେଳ ଟ୍ରାକ୍ ନିକଟକୁ ଚାଲି ଆସୁଥିବା ବଣୁଆ ହାତୀଙ୍କୁ ଠାବ କରିବା ସହଜ ହେବ। ଯାହାଦ୍ୱାରା ରେଳ ସେକ୍ସନରେ ଟ୍ରେନର ଗତି ହ୍ରାସ କରାଯାଇ ପାରିବ।

Advertisment

ପୂର୍ବତଟ ରେଳପଥ ନିଜ ଅଧୀନରେ ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ପ୍ରଥମେ ଏଭଳି ଅଭିନବ
ପଦକ୍ଷେପ ନେବାକୁ ସ୍ଥିର କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଜୋନାଲ ରେଳବାଇକୁ ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁସବୁ ସେକ୍ସନ ଗୁଡ଼ିକରେ IDS ସ୍ଥାପନ କରାଯିବ, ସେଗୁଡ଼ିକ ମଧ୍ୟରେ ସମ୍ବଲପୁର ରେଳମଣ୍ଡଳରେ ରହିଛି ମାନେଶ୍ୱର-ବାମୁର, ତୁରେଇକେଲା-ଲଖନା, ମହାନାଦୀ ଓ ନର୍ଲା-ଥେରୁବାଲି। ସେହିପରି ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ।

ଏହି ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ମାଧ୍ୟମରେ ୬୦ କିଲୋମିଟର ପର୍ଯ୍ୟନ୍ତ ଅସାଧାରଣ ଗତିବିଧି ଉପରେ ନଜର ରଖା ଯାଇପାରିବ। ଖାଲି ହାତୀ ଗତିବିଧି ଜନିତ ସୂଚନା ନୁହେଁ ରେଳ ଧାରଣା ଖଣ୍ଡିତ ହେବା ବା ଭାଙ୍ଗିଯିବା, ରେଳ ଟ୍ରାକ୍ ଉପରେ ଅବରୋଧ, ରେଳ ଟ୍ରାକ୍ ନିକଟରେ ଅନଧିକୃତ ଖନନ ଓ ଟ୍ରାକ ନିକଟରେ ଭୂସ୍ଖଳନ ଇତ୍ୟାଦି ଚିହ୍ନଟ କରିବାରେ ସହାୟକ ହୋଇପାରିବ।

Advertisment
Railway IDS