Advertisment

ପାହାଡରୁ ଖସିଲା ମାଟି ଅତଡ଼ା; ଗମନାଗମନ ଠପ୍

ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅଦ୍ୟତନ ହୋଇଛି
Land slide

Land slide

Advertisment

ରାଜ୍ୟରେ କିଛିଦିନ ହେବ ଲାଗି ରହିଥିଲା ବର୍ଷା। ଏହି ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର କଇଁପୁରଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତାକଡ଼ରେ ଥିବା ପାହାଡରୁ ଅତଡ଼ା ଖସିଛି।

Advertisment

ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକମାନେ ବଜାର ଘାଟକୁ ଯିବାପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ପ୍ରାୟ ୨୦ ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନର କର୍ମଚାରୀ ପହଞ୍ଚି ମାଟି ଅତଡ଼ାକୁ ସଫା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି। ତେବେ ଏହି ଅଞ୍ଚଳରେ ଏପରି ବାରମ୍ବାର ଭୂସ୍ଖଳନ ଓ ଅତଡ଼ା ଖସୁଥିଲେ ମଧ୍ୟ ସରକାର ସଠିକ ପଦକ୍ଷେପ ନ ନେବା ଦୁର୍ଭାଗ୍ୟର ବିଷୟ। ଆଗମୀ ଦିନରେ ଏଥିଯୋଗ କୌଣସି ଅଘଟଣ ଘଟିଲେ ସରକାର ଦାୟୀ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।

Advertisment
Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe