Advertisment

କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

ନିଜର କାର୍ଯ୍ୟଦକ୍ଷତା ପାଇଁ ବେଶ ପରିଚିତ ଥିଲେ ଡାକ୍ତର ଭୁବନାନନ୍ଦ ମହାରଣା

author-image
Tapaswini Nayak
Bhubanananda maharana

Bhubanananda maharana

କଟକ SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡ଼ିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କର ବ୍ରେନ ସର୍ଜରୀ ପରେ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା।

Advertisment

ନିଜର କାର୍ଯ୍ୟଦକ୍ଷତା ପାଇଁ ବେଶ ପରିଚିତ ଥିଲେ ଡାକ୍ତର ଭୁବନାନନ୍ଦ ମହାରଣା। ଏସସିବି ସହ ତାଙ୍କର ଦୀର୍ଘ ୫୦ ବର୍ଷର ସଂପର୍କ ଥିଲା।୧୯୭୩ ମସିହାରେ MBBS ଛାତ୍ର ଭାବେ ସେ ଏସସିବି ମେଡିକାଲ କଲେଜରେ ଯୋଗ ଦେଇଥିଲେ। ୧୯୮୩ରେ ଏସସିବି ମେଡିକାଲରୁ PG ପାସ୍ କରି ସେଠାରେ ଆଶୁ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଏସସିବିର ଜରୁରୀକାଳୀନ ଅଧିକାରୀ ହୋଇଥିଲେ।

ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ। କରୋନା ସମୟରେ ସମୟପୋଯୋଗୀ ପରାମର୍ଶ ଦେଇ ଅନେକ ଧନଜୀବନ ରକ୍ଷା କରିଥିଲେ। ଏହାସହିତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡା.ଭୁବନାନନ୍ଦ ମହାରଣାଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

Advertisment
Cuttack Scb Medical