Advertisment

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍

୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ।

author-image
Tapaswini Nayak
ଅଦ୍ୟତନ ହୋଇଛି
agriculture secretary

agriculture secretary

କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ କୃଷି ସଚିବ ଘରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। କୃଷି ସଚିବ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି।  କେନ୍ଦ୍ରୀୟ ଟିମ ସ୍କ୍ରବ୍ ଟାଇଫସ୍ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲା ସହ ବୁର୍ଲା ମେଡିକାଲ ଯାଇଥିଲେ। ସେମାନେ ଓଡ଼ିଶାର ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Scrub Typhus