Advertisment

ସିକିମରେ ଫଶି ରହିଛନ୍ତି ନୀଳଗିରିର ସତ୍ୟସୁନ୍ଦର; ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ସତ୍ୟସୁନ୍ଦର ସିଓଅର୍କ ନାମକ କମ୍ପାନୀରେ ଯୁବ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Balasore

Balasore

ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ଅନେକ ଜୀବନ ଗଲାଣି। ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ବାଲେଶ୍ୱର ନୀଳଗିରି ଅଂଚଳର ସତ୍ୟସୁନ୍ଦର ବାରିକ। ତାଙ୍କ ସହିତ ଫସି ରହିଛନ୍ତି ବିଭିନ୍ନ ରାଜ୍ୟର ଆଉ ୭ଜଣ ଯୁବକ। କମ୍ପାନୀ ଘରେ ଉକ୍ତ ୮ଜଣ ଫଶି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସତ୍ୟସୁନ୍ଦର।

Advertisment

ସୂଚନା ଅନୁଯାୟୀ, ସତ୍ୟସୁନ୍ଦର ସିକିମିର ନାମଥଙ୍ଗ ଇଲାକାର ଝୁଲୁଙ୍ଗେ ବ୍ଲକର ଝୁଳୁଙ୍ଗେର ପ୍ଲାଷ୍ଟୋ ଓଅର୍କ ନାମକ କମ୍ପାନୀରେ ଯୁବ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ କମ୍ପାନୀଠାରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ପ୍ରଳୟଙ୍କରୀ ବନ୍ୟା। ସିକିମିର ବନ୍ୟା ଖବର ଶୁଣି ସତ୍ୟସୁନ୍ଦରଙ୍କୁ ତାଙ୍କ ମାମୁଙ୍କୁ ଫୋନ୍‌ କରିଥିଲେ। ସେ କମ୍ପାନୀର ଷ୍ଟାପ କ୍ୱାର୍ଟର୍ସରେ ଫଶି ରହିଥିବା ନିଜ ମାମୁ ଙ୍କୁ ଜଣାଇଥିଲେ। ଚାରିଆଡେ ଖାଲି ପାଣି ହିଁ ପାଣି। କୁଆଡେ ଯିବା ସମ୍ଭବ ହେଉନାହିଁ। ଖାଦ୍ୟ ବଦାର୍ଥ ସରିଗଲାଣି। ମୋ ସହ ୭ଜଣ କମ୍ପାନୀ ଘରେ ପଶିରହିଥିବା ମାମୁ ଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ସତ୍ୟସୁନ୍ଦର। ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ବାଲେଶ୍ୱର ଜିଳ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ସତ୍ୟସୁନ୍ଦରଙ୍କ ମାମୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସହିତ ଏହି ବିଷୟରେ ଫୋନରେ କଥା ହୋଇଛନ୍ତି। ସତ୍ୟସୁନ୍ଦରଙ୍କ ସହ ୭ଚଣ ଯୁବକଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

Advertisment
Balasore