Advertisment

୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଆଜିଠୁ ଦେବ ନିମନ୍ତ୍ରଣ

ନିଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ

ଅଦ୍ୟତନ ହୋଇଛି
Puri

Puri

Advertisment

ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପ୍ରକଳ୍ପ ଲାଗି ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ।

Advertisment

ଏନେଇ ଆଜି ସକାଳ ୮ଟା ୩୦ ମିନିଟରେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବେ। ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ। ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ। ପରିଚାଳନା କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ।

ଜଣେ ସେବାୟତ କହିଛନ୍ତି, ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ଦେବ ନିମନ୍ତ୍ରଣ କରିବା ପାଇଁ ଆମେ ସେବାୟତମାନେ ଯାଉଛୁ। ସରକାର ଏଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe