Advertisment

'ମୁଢ଼ି ଖାଇ କାଟିଲୁ ୧୦ ଦିନ'

୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଟିମ ଗତକାଲି ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ତେବେ ଟନେଲରୁ ବାହାରିବା ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ ଧୀରେନ ନାୟକ।

author-image
Manoj Swain

୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଟିମ ଗତକାଲି ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ତେବେ ଟନେଲରୁ ବାହାରିବା ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ ଧୀରେନ ନାୟକ। ସେ କହିଛନ୍ତି, ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ। ମାତ୍ର କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା। ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଳଜାନ ପାଇପାରି ନ ଥିଲୁ। ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଦୁନିଆ ସହ ଯୋଗାଯୋଗ ହୋଇଥିଲା। ସେହି ପାଇପରେ ମୁଢ଼ି, କାଜୁ, କିସମିସ୍ ଓ ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା। ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲୁ। 

Advertisment
Uttarkashi Tunnel Rescue Mayurbhanj Tunnel Collapses In Uttarakhand Odisha