ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର। ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଟାଙ୍ଗୀ ରେଞ୍ଜରେ ହାତୀ ଆତଙ୍କ; ଲୋକେ ଭୟଭୀତ
୩୦ ଟିକିଆ ହାତୀପଲ ଆଜି (ବୁଧବାର) ସକାଳେ ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଛନ୍ତି। ହାତୀପଲଙ୍କ ଉପରେ ନଜର ରଖି ଅନ୍ୟ ଜଙ୍ଗଲ ଆଡ଼କୁ ଘଉଡାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Miscellaneous
ଦୁଇ ମାସରେ ସରିବ ଆବାସ ସର୍ଭେ
ମନ୍ତ୍ରୀ ଶ୍ରୀ ନାଏକ ବିଭାଗୀୟ ଟ୍ରେନରମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି। ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି। ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା।
Miscellaneous
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଲେ
ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ପୂର୍ବରୁ ୨ ଜଣ ଏତଲାକାରୀ ଏହି ମାମଲାରୁ ଓହରି ଯାଇଥିଲେ।
Miscellaneous
ସିବିଆଇ ସହ ଲୁଚକାଳି ଖେଳ; ଭୁବନେଶ୍ୱରରେ ହାଜର ନ ହୋଇ ଦିଲ୍ଲୀରେ ବସିଥିଲେ ବିଷ୍ଣୁପଦ ସେଠୀ
ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ।
Miscellaneous
ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ; ଅଳିଆ ଗଦାରୁ ପାଇଥିବା ସୁନା ବ୍ରେସଲେଟ୍ ଫେରାଇଦେଲେ
ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ। ଅଭାବ ଅନଟନ ଭିତରେ ଚଳୁଥିଲେ ବି ଲୋଭ, ମାୟା ଗ୍ରାସ କରି ପାରୁନି। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।