Advertisment

ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ୍‌ର ଗୁଳିମାଡ଼, ଜଣଙ୍କ ଜୀବନ ଗଲା

ଉଚ୍ଚ ବିଦ୍ୟୁତ ଶୁଳ୍କ ଓ ବାରମ୍ବାର ବିଜୁଳି କାଟ ବିରୋଧରେ ବାରସୋଇ ସହର ନିକଟରେ ଥିବା ଗୋଟିଏ ଗାଁର ଲୋକମାନେ ଆଜି ବିଦ୍ୟୁତ ବିଭାଗ ବାହାରେ ବିକ୍ଷୋଭ କରୁଥିଲେ। ସେମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିବାରୁ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା।

author-image
Hemant Lenka
Bihar

Bihar

ବିହାରର କତିହାରରେ ପୁଲିସ୍‌ର ବର୍ବରତା ସବୁ ସୀମା ଲଙ୍ଘି ଯାଇଛି। ନୀତୀଶ କୁମାର ସରକାର ଅଧୀନରେ ଥିବା ପୁଲିସ୍‌ ଆଜି ବିଜୁଳି ବିଭାଗ ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରକୁ ଗୁଳି ମାଡ଼ କରିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଉଚ୍ଚ ବିଦ୍ୟୁତ ଶୁଳ୍କ ଓ ବାରମ୍ବାର ବିଜୁଳି କାଟ ବିରୋଧରେ ବାରସୋଇ ସହର ନିକଟରେ ଥିବା ଗୋଟିଏ ଗାଁର ଲୋକମାନେ ଆଜି ବିଦ୍ୟୁତ ବିଭାଗ ବାହାରେ ବିକ୍ଷୋଭ କରୁଥିଲେ। ସେମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିବାରୁ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା।

ତଥାପି ପୁଲିସ୍‌ ବିକ୍ଷୋଭକାରୀଙ୍କୁ ଅଟକାଇ ପାରି ନଥିଲା। ସେମାନେ ପଥର ମାଡ଼ କରିବା ସହ ଅଫିସରେ ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯିବାରୁ ପୁଲିସ୍‌ ବାଧ୍ୟ ହୋଇ ଲାଠିଚାର୍ଜ କରିବା ସହ ଗୁଳିମାଡ଼ କରିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନିଜେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପି ଉପସ୍ଥିତ ରହିଥିଲେ।

Advertisment

ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ ମହମ୍ମଦ ଖୁର୍ସିଦ। ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ସିଲିଗୁଡ଼ିକୁ ପଠାଯାଇଛି। ସେହିପରି ଆଉ ଜଣେ ଏବେ ବି କତିହାର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ କହିଛି ଯେ ବିକ୍ଷୋଭରେ ସାମିଲ ଥିବା ଲୋକମାନେ ନିଜ ସହ କାଠ ଫାଳିଆ ଓ ଟେକା ଧରି ଆସିଥିଲେ। ସେମାନଙ୍କ ଆକ୍ରମଣରେ ୧୨ ଜଣ ବିଜୁଳି ବିଭାଗର କର୍ମଚାରୀ ଆହତ ହୋଇଛନ୍ତି।

ଘଟଣାକୁ ନେଇ ବିରୋଧୀ ବିଜେପି ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଘଟଣାକୁ ନିନ୍ଦା କରି ନୀତୀଶ କୁମାରଙ୍କୁ ଜେନେରାଲ ଡାଏର ସହ ତୁଳନା କରିଛନ୍ତି। ଜେନେରାଲ ଡାଏରଙ୍କ ନିର୍ଦ୍ଦେଶରେ ୧୯୧୯ ଜାଲିଆନାୱାଲା ବାଗ ନରସଂହାର ଘଟିଥିଲା।

Police Bihar