Advertisment

ନଷ୍ଟ ହେଲାଣି ମହାପ୍ରଭୁଙ୍କ ୧୦ ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ!

ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସେତେବେଳର ବିଜେଡି ସରକାର, ସେଇ ମାସ ୬ରୁ ୧୬ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଜଗନ୍ନାଥ ପରିକ୍ରମା ରଥ ବୁଲାଇ ଲୋକଙ୍କଠୁ ସଂଗ୍ରହ କରିଥିଲେ ଅର୍ପଣ ଚାଉଳ।

Puri

Puri

Advertisment

୬ ମାସ ତଳେ ପ୍ରତି ଗାଁରୁ ସଂଗୃହୀତ ହୋଇଥିବା ହଜାର ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳର ସ୍ଥିତି କ’ଣ ଅଛି? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ? ଏବେ ପୁଣି ଥରେ ଉଠିଲାଣି ଏମିତି ପ୍ରଶ୍ନ। କାରଣ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଫା ସଫା ଶୁଣାଇଛି, ପୋକ ଖିଆ ଚାଉଳରେ ଠାକୁରଙ୍କୁ ଭୋଗ ଲାଗିବନି। ଆଉ ତଥ୍ୟ ନେବାରେ ଜଣାପଡିଛି ପ୍ରାୟ ୧୦ ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳର ଅବସ୍ଥା ଏମିତି। ଯାହାକୁ ନେଇ ଭକ୍ତ ଓ ସେବକଙ୍କ ଅସନ୍ତୋଷ

Advertisment

ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସେତେବେଳର ବିଜେଡି ସରକାର, ସେଇ ମାସ ୬ରୁ ୧୬ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଜଗନ୍ନାଥ ପରିକ୍ରମା ରଥ ବୁଲାଇ ଲୋକଙ୍କଠୁ ସଂଗ୍ରହ କରିଥିଲେ ଅର୍ପଣ ଚାଉଳ। ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଠାକୁରଙ୍କୁ ଭୋଗ ଲାଗିବ। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ୍‌ ଚାଉଳ ରାଜ୍ୟର କୋଣ ଅନୁକୋଣରୁ ପୁରୀ ଆସିଥିଲା। ହେଲେ ଅରୁଆ-ଉଷୁନା ସହ ବାରମିଶା ଚାଉଳ ଥିବାରୁ ତାକୁ ନେଇ ଆପତ୍ତି ଉଠିଥିଲା। କିନ୍ତୁ ପରେ ସେଥିରୁ ପ୍ରାୟ ୪ ହଜାର କ୍ୱିଣ୍ଟାଲ୍‌ ଭଲ ଚାଉଳ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର-ମହାସୁଆର ନିଯୋଗକୁ ଦିଆଯାଇଥିଲା। ଯେଉଁଥିରେ ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟାଯାଉଥିଲା। ଏବେ ମଧ୍ୟ ନିଯୋଗ ପାଖରେ ଆହୁରି ହଜାରେ କ୍ୱିଣ୍ଟାଲ ଚାଉଳ ଗଚ୍ଛିତ ଅଛି। ବାକି ୧୦ ହଜାର କ୍ୱିଣ୍ଟାଲ ଚାଉଳ ଗୁଣ୍ଡିଚା ଘର, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ଯୋଗାଣ ବିଭାଗ ଗୋଦାମରେ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି। ଚାଉଳରେ ପୋକ ସାଲୁବାଲୁ ହେଲେଣି। ରହି ରହି ଗନ୍ଧେଇଲାଣି ବୋଲି ଆଲୋଚନା ହେଉଛି।

ତେଣେ ଅତି ଶ୍ରଦ୍ଧାରେ ଭକ୍ତ ଦେଇଥିବା ଅର୍ପଣ ଚାଉଳର ଏ ଦୁଃସ୍ଥିତି ପାଇଁ ଭକ୍ତ ଓ ସେବାୟତ ସମସ୍ତେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନର ଦୟିତ୍ୱହୀନତାକୁ ଦୋଷ ଦେଇଛନ୍ତି। ତେଣେ ପୁରୀ ଜିଲ୍ଲାପାଳ କହିଛନ୍ତି, ଆସନ୍ତା ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Advertisment

ସେପଟେ ହଜାର ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ପୋକ ଖାଇଯିବାକୁ ନେଇ ତେଜିଛି ରଜନୀତି। କଂଗ୍ରେସ ବିଧାୟକ ଅଶୋକ ଦାସ କହିଛି, ପୂର୍ବ ସରକାର ଲୋକଙ୍କ ଭାବାବେଗ ସହ ଖେଳିଲେ। ସେ ପୋକରା ଚାଉଳରେ ଆଉ ଠାକୁରଙ୍କୁ ଭୋଗ ଲଗାନଯାଇ ନଷ୍ଟ କରି ଦିଆଯାଉ। ତେଣେ ବିଜେଡି କିନ୍ତୁ ସବୁ ଦୋଷ ମନ୍ଦିର ପ୍ରଶାସନ ମୁଣ୍ଡକୁ ଠେଲିଛି। ଆଉ କହିଛି, ରକ୍ଷଣାବେକ୍ଷଣ ଅଭାବରୁ ଚାଉଳ ନଷ୍ଟ ହୋଇଗଲା।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଅର୍ପଣ ଚାଉଳ ଆଉ ଶ୍ରୀମନ୍ଦିରରେ ବ୍ୟବହାର କରାଯାଇ ପାରିବନି ବୋଲି ସେବାୟତ କହିଲେଣି। ତେଣୁ ଏ ପ୍ରସଙ୍ଗରେ ପରିଚାଳନା କମିଟିର ନିଷ୍ପତ୍ତିକୁ ସରକାର ମାନିବେ।

ଏବେ ଦେଖିବାର କଥା ୬ ମାସ ଧରି ପଡ଼ି ପଡ଼ି ନଷ୍ଟ ହେବାକୁ ବସିଥିବା ୧୦ ହଜାର କ୍ୱିଣ୍ଟାଲରୁ ଅଧିକ ଅର୍ପଣ ଚାଉଳର ଭବିଷ୍ୟତ ନେଇ ଆସନ୍ତା ୫ ତାରିଖରେ କି ନିଷ୍ପତ୍ତି ନେଉଛି ଶ୍ରୀମନ୍ଦିର ପରିଚଳନା କମିଟି?

Sri Jagannath Lord Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe