Advertisment

ବାଉଁଶଟାଙ୍ଗର ସାହିରେ ଝାଡ଼ାବାନ୍ତି; ୧୦ ଆକ୍ରାନ୍ତ

କୂଅ ପାଣି ପିଇବା ଯୋଗୁ ଲୋକେମାନଙ୍କୁ ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Dairia

Dairia

Advertisment

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁରେ ୧୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାଯାଇଛି।  

Advertisment

କେଉଁ କାରଣ ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାର କାରଣ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ କୂଅ ପାଣି ପିଇବା ଯୋଗୁ ଲୋକେମାନଙ୍କୁ ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତର ସୂଚନା ଦେଇଛନ୍ତି। କୂଅରେ ହେଲୋଜିନ ଟାବଲେଟ୍‌ ପକାଇବା କୁହାଯାଇଛି।

ସୂଚନାଯୋଗ୍ୟ,  ବାଉଁଶଟାଙ୍ଗରରେ ୧୦ରୁ ଅଧିକ ପରିବାର ବସବାସ କରନ୍ତି। ଗାଁରେ ଗୋଟିଏ ନଳକୂପ ଥିବାବେଳେ ଗୋଟିଏ କୂଅ ମଧ୍ୟ ରହିଛି। ଲୋକେ ଏହି କୂଅର ପାଣିକୁ ବ୍ୟବହାର କରିଥାନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe