Advertisment

ରାଉରକେଲା ସରକାରୀ ଡାକ୍ତରଖାନାରେ ୬ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଆଜି ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କଠାରୁ ମିଳିଛି ଏହି ସୂଚନା।

Advertisment

ସେ କହିଛନ୍ତି, ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଆଉ ୨ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ସେମାନଙ୍କର ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଶରୀରର ତାପମାତ୍ରା ୧୦୩/୧୦୪ ଡିଗ୍ରୀ ରହିଥିବାରୁ ଏଭଳି ଘଟିଥିବା ଆଶଙ୍କା କରାଯାଉଛି। ଆସନ୍ତାକାଲି ଶବବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ମୃତ ଅବସ୍ଥାରେ ଆସିଥିବାରୁ ସେମାନଙ୍କ ହିଷ୍ଟ୍ରି ଷ୍ଟଡି କରାଯାଇନି। ଆଉ କିଛି ଗୁରୁତରଙ୍କର ୱାର୍ଡରେ ଚିକିତ୍ସା ଚାଲିଛି। 

ମୃତକଙ୍କ ମଧ୍ୟରୁ କିଛି ଜଣଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କୁ ରାଉରକେଲା ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଅନ୍ୟପକ୍ଷରେ ଯେଉଁମାନଙ୍କ ପରିବାର ଲୋକେ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ, ସେମାନଙ୍କ କହିବା ଅନୁଯାୟୀ ପ୍ରବଳ ଖରା ଯୋଗୁ ଏଭଳି ଘଟଣା ଘଟିଛି। ୨/୩ ଜଣ ମୃତକ ରାଉରକେଲାର ବସ୍ତି ଅଞ୍ଚଳର। ସେମାନଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍ କାଟ ଯୋଗୁ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଅଂଶୁଘାତ ୱାର୍ଡରେ ଆଜି ସକାଳ ୮ଟାରୁ ୧୨ଟା ଭିତରେ ୯ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଜି ସନ୍ଧ୍ୟାରେ ଏହି ୱାର୍ଡରେ ଆଉ ଦୁଇ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସ୍ଥିତିକୁ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ଡାକ୍ତରୀ ଟିମ୍ ଗଠନ କରିଛନ୍ତି। 

ସୂଚନାଯୋଗ୍ୟ, ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଝାରସୁଗୁଡ଼ାର ଦିନର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୪୪.୯ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। 

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe