Advertisment

ମାଙ୍କଡ଼ କାମୁଡ଼ାରେ ୧୦ ଆହତ, ୨ ଗୁରୁତର କଟକ ସ୍ଥାନାନ୍ତର

ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଯୋଗୁ ସମଗ୍ର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Monkey Trap cage

Monkey Trap cage

Advertisment

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ମାଙ୍କଡ଼ । ଏଥିରେ ଭୟଭୀତ ହୋଇ ପଡ଼ିଥିବା ଲୋକେ ଘର ତାଟି କବାଟ ବି ଖୋଲୁ ନାହାନ୍ତି। ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଯୋଗୁ ସମଗ୍ର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଖଡିପଦା ପଞ୍ଚାୟତର ଦକ୍ଷିଣକୁରୁଆ ଗାଁରେ ଘଟିଛି।

Advertisment

ଦକ୍ଷିଣକୁରୁଆ ଗାଁରେ ମାଙ୍କଡ଼ ଉପଦ୍ରବ ପ୍ରବଳ ହୋଇଥିବା ବେଳେ ସେମାନଙ୍କ କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅନ୍ୟ ୨ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଙ୍କଡ଼ ଆକ୍ରମଣ ପାଇଁ ଗାଁର ମହିଳାମାନଙ୍କ ଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି ।

ମାଙ୍କଡ଼ ଉତ୍ପାତ ଯୋଗୁ ଲୋକେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଫଳରେ ଗ୍ରାମବାସୀମାନେ ଠେଙ୍ଗା,ବାଡି ଧରି ମାଙ୍କଡ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି।

Advertisment

ଏନେଇ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବନ ବିଭାଗ। ଜନ୍ତା ଧରି ସେମାନେ ମାଙ୍କଡ଼ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ମାଙ୍କଡ କିନ୍ତୁ ସେମାନଙ୍କୁ ଧରା ଦେଇ ନ ଥିବା ଜଣାଯାଇଛି।

Bhadrak Monkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe