Advertisment

ଭରା ନଈରେ ଭାସିଯାଉଥିଲେ ୧୦ ମହିଳା; ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା

ଦୁଇ ଗାଈଆଳଙ୍କ ପିଲାଙ୍କର ଏଭଳି ସାହସିକତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ଅଦ୍ୟତନ ହୋଇଛି
Rayagada

Rayagada

Advertisment

ନଦୀ ପାର ହେଲା ବେଳେ ଘୁ ଘୁ ଗର୍ଜନ କରି ପାଣି ମାଡ଼ି ଆସିଲା। ଏହି ପାଣି ସୁଅରେ ଭାସିଯାଉଥିଲେ ୧୦ଜଣ ମହିଳା। ଆମକୁ ବଞ୍ଚାଓ, ଆମକୁ ବଞ୍ଚାଓ କରୁଥିଲେ ଚିତ୍କାର। ଏହି ସମୟରେ ଦୁଇ ଗାଈଆଳ ପିଲା ନଈ ତଳ ମୁଣ୍ଡରେ ବସି ଚରାଉଥିଲେ ଗାଈ। ହଠାତ୍ ମହିଳାଙ୍କ ଡାକ ସେମାନଙ୍କ କାନକୁ ଶୁଭିଯାଇଥିଲା। କିଏ ଡାକୁଛି ଭାବି ନଈ ପାଖକୁ ଦୌଡ଼ି ଆସିଥିଲେ। ନଦୀରେ କିଛି ଲୋକ ଭାସିଯାଉଥିବା ଦେଖିଥିଲେ।

Advertisment

ଆଗପଛ କିଛି ନଭାବି ନିଜ ଜୀବନକୁ ବାଜି ଲଗାଇ ସଙ୍ଗେ ସଙ୍ଗେ ନଦୀକୁ ଡିଆଁ ମାରି ଦେଇଥିଲେ ଦୁଇ ଗାଈଆଳ ପିଲା। ୧୦ ଜଣ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ଏଭଳି ଘଟଣା ଘଟିଛି ରାୟଗଡା କାଶୀପୁର ବ୍ଲକ କାହ୍ନୁଗୁଡା ଗାଁରେ। ସେହି ଦୁଇ ପିଲା ଜଣ ହେଲେ ପ୍ରଦୀପ ମାଝି ଓ ନାବି ମାଝି । ସେମାନଙ୍କର ଏପରି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଗତ ୨୭ ତାରିଖରେ କାହ୍ନୁଗୁଡା ଗ୍ରାମର ବିଦ୍ୟାଳୟରେ ଅବିଭାବକ ମାନଙ୍କର ଏକ କାର୍ଯ୍ୟକ୍ରମ ଥିଲା । ଏଥିରେ ଯୋଗଦେଇ ଜଣେ ଛୋଟ ପିଲା ଧରି ୧୦ ଜଣ ମହିଳା ନଦୀ ପାର ହୋଇ ଘରକୁ ଫେରୁଥିଲେ। ହଠାତ୍ ନଦୀରେ ମାଡ଼ି ଆସିଥିଲା ପାଣି। ୧୦ ଜଣ ମହିଳା ସହ ଛୋଟ ପିଲାଟି ନଦୀର ପ୍ରବଳ  ସୁଅରେ ଭାସିଯାଉଥିଲେ।  ମହିଳାମାନେ ନିଜ ଜୀବନ ବଞ୍ଚାଇବାକୁ ବଡ଼ ପାଟିରେ ଚିତ୍କାର କରୁଥିଲେ।

Advertisment

ଏହି ସମୟରେ ପ୍ରଦୀପ ଓ ନାବି ନଦୀର ତଳ ମୁଣ୍ଡରେ ବସି ଗାଈ ଚରାଉଥିଲେ। ହଠାତ୍ ମହିଳାଙ୍କ ଡାକ ସେମାନଙ୍କ  କାନକୁ ଶୁଭିଥିଲା। ସେମାନେ ସଙ୍ଗେ ସଙ୍ଗେ ନଦୀ ପାଖକୁ ଦୌଡ଼ି ଆସିଥିଲେ। ମହିଳାମାନେ ନଦୀରେ ଭାସିଯାଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ କିଛି ନ ଭାବି ନିଜ ଜୀବନକୁ ବାଜି ଲଗାଇ ନଦୀ ଭିତରକୁ  ଡେଇଁ ପଡ଼ିଥିଲେ। ପାଣିର ଶୁଅରୁ ୧୦ ଜଣ ମହିଳାଙ୍କୁ ଉଦ୍ଧାର କରି ଥିଲେ। ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ କୂଳକୁ ଆଣିଥିଲେ। ଦୁଇ ଗାଈଆଳ ପିଲାଙ୍କର ଏଭଳି ସାହସିକତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe