Advertisment

ବିଳମ୍ବରେ ଚେତା ପଶିଲା: ୧୦୦ଟି ନଦୀ ଘାଟରେ ଘେରା ହେବ ଷ୍ଟିଲ ବାଡ଼, ତଥ୍ୟ ମାଗିଲେ ଏସଆରସି

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନଦୀରେ ବୁଡ଼ି ପ୍ରାଣ ହରାଉଥିବା ଘଟଣାକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଉଦବେଗ ବ୍ୟକ୍ତ କରିବା ସହ ଅଧିକ ବୁଡ଼ି ଘଟଣା ହେଉଥିବା ନଦୀ ଘାଟଗୁଡ଼ିକର ଚାରିପାଶ୍ୱର୍ରେ ଷ୍ଟ୍ରକ୍‌ଚର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Mahanadi

ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ପାଣିରେ ବୁଡ଼ି ମୋଟ ୭୮୭୪ଜଣ ଜୀବନ ହରାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ମହାନଦୀ,କାଠଯୋଡ଼ି, ବୈତରଣୀ, ବ୍ରାହ୍ମଣୀ ଆଦି ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ଥିବା ଘାଟଗୁଡ଼ିକୁ ଅଧିକ ସୁରକ୍ଷିତ କରାଯିବ । ରାଜ୍ୟରେ ନଦୀରେ ବୁଡ଼ି ଲୋକମାନେ ପ୍ରାଣ ହରାଉଥିବା ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏବେ ପ୍ରାୟ ୧୦୦ଟି ନଦୀ ଘାଟକୁ ଚିହ୍ନଟ କରି ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଏକ ନୋଟସିଟ ପଠାଇବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ନଦୀଘାଟଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନଦୀରେ ବୁଡ଼ି ପ୍ରାଣ ହରାଉଥିବା ଘଟଣାକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଉଦବେଗ ବ୍ୟକ୍ତ କରିବା ସହ ଅଧିକ ବୁଡ଼ି ଘଟଣା ହେଉଥିବା ନଦୀ ଘାଟଗୁଡ଼ିକର ଚାରିପାଶ୍ୱର୍ରେ ଷ୍ଟ୍ରକ୍‌ଚର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏସବୁ ସମ୍ବେଦନଶୀଳ ନଦୀଘାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏବେ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଛି । ସ୍ଥାନୀୟସ୍ତରରେ ଲୋକଙ୍କ ମତାମତ ନେଇ ସମ୍ପୃକ୍ତ ନଦୀ ଘାଟର ଜିଓଟ୍ୟାଗିଂ କରି ଫଟୋଚିତ୍ର ପଠାଇବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀ-କାଠଯୋଡ଼ି ସିଷ୍ଟମ, ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ବେସିନ୍ ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ଦେବା ସହ ସମ୍ପୃକ୍ତ ନଦୀ ଘାଟର ଜିଓଟ୍ୟାଗିଂ ଫଟୋଚିତ୍ର ଦେବାକୁ କୁହାଯାଇଛି । ଫର୍ମାଟରେ ଡିଭିଜନ, ନଦୀର ନାଁ, ସ୍ଥାନର ନାଁ, ବ୍ଲକ୍ ଓ ଜିଲ୍ଲାର ନାଁ ସମେତ ନିର୍ବାଚନମଣ୍ଡଳୀ, ଅକ୍ଷାଂଶ-ଦ୍ରାଘିମା ଆଦି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୧୮-୧୯ରୁ ୨୦୨୨-୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୭୮୭୪ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।

Advertisment
Cuttack Mahanadi River