/odisha-reporter/media/post_attachments/uploadimage/library/16_9/16_9_0/Lightening_1693656260.jpg)
Lightening
ଆକାଶରୁ ଅଗ୍ନୀ ବର୍ଷା ହେଉଛି। ଯେଉଁଥିପାଇଁ ଯାଉଛି ସାଧାରଣ ଲୋକଙ୍କ ଜୀବନ। ଗତ ୩ ବର୍ଷରେ ବଜ୍ରପାତ ଯାଇଛି ୧୦୫୭ ଜୀବନ। ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ବିଧାୟକଙ୍କ ପ୍ରଶ୍ନରେ ଶ୍ରୀ ପୂଜାରୀ କହିଛନ୍ତି, କେବଳ ଗତ ୭ ମାସରେ ବଜ୍ରପାତରେ ୨୦୧ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୨୩-୨୪ ବର୍ଷରେ ୨୭୨ ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଛି। ୨୦୨୨-୨୩ରେ ୩୦୬ ଜଣଙ୍କର ଜୀବନ ନେଇଛି ବଜ୍ରପାତ। ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ବଢ଼ି ଚାଲିଥିବା ବଜ୍ରପାତ ଜନିତ ମୃତ୍ୟୁକୁ କେମିତି ରୋକା ଯାଇପାରିବ? ପାଣିପାଗ ବିଶେଷଜ୍ଞଙ୍କ ମତରେ ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
