Advertisment

ନଭେମ୍ବର ୧ରେ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା, ଆନ୍ଦୋଳନକୁ ଓହ୍ଲାଇବେ କର୍ମଚାରୀ

ନଭେମ୍ବର ୧ରେ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ।

author-image
Niharika Rout
Ambulance

Ambulance

ନଭେମ୍ବର ୧ରେ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ। କାରଣ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀ ।

Advertisment

ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନ ଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି ।

ମିଳିଥିବା ଖବର ଅନୁସାରେ, ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ । ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏନେଇ ଆମ୍ବୁଲାନ୍ସ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ଠିକାରେ ନେଇ ସାରିଛି। ସମୁଦାୟ ୬ ହଜାର କର୍ମଚାରୀଙ୍କ ମଧ୍ୟରୁ ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନାହିଁ।

ଏହା ପ୍ରତିବାଦରେ ଆସନ୍ତା ୩୦ ତାରିଖରେ ସମଗ୍ର ରାଜ୍ୟରେ ସମସ୍ତ ୧୦୯୮ ଆମ୍ବୁଲାନ୍ସର କର୍ମଚାରୀ GPS ବଟନ ଅଫ୍‌ କରି ରୋଗୀ ସେବା ଦେବୁ । ଏହାପରେ ସମାଧାନ ନ ହେଲେ ୧ ତାରିଖରୁ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ କରି ରାସ୍ତା ଉପରକୁ ଆସିବୁ ବୋଲି ନିଷ୍ପତ୍ତି ନେଇଛୁ।

Strike 108 Ambulance