Advertisment

ଦିନରେ ବିଜ୍ଞାନ ମେଳା; ରାତିରେ ଭୋଜିର ବାସନ ମାଜିଲେ ଛାତ୍ର

ପିଲାମାନଙ୍କ ବାସନ ମାଜୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ  ବୃଦ୍ଧିଜୀବୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

puri

puri

Advertisment

ଦିନରେ ବିଜ୍ଞାନ ମେଳା ହୋଇଥିଲା, ଏଥିସହ ଭୋଜି ଭାତ ମଧ୍ୟ ହୋଇଥିଲା। ଆଉ ରାତିରେ ଶୀତ କାକରରେ ସେହି ଭୋଜିର ଅଇଁଠା ବାସନ ମାଜିଥିଲେ ୧୦ ଜଣ ଛାତ୍ର। ବାସନ ମାଜୁଥିବା ପିଲାମାନେ ପୁରୀ ଜିଲ୍ଲା କଣାସ ବ୍ଲକ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ବୋଲି ସୂଚନା ମିଳିଛି।

Advertisment

ଗତକାଲି ସକାଳେ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପିଲାମାନେ ବିଜ୍ଞାନ ମେଳାରେ ନିଜ ନିଜର ଆଣିଥିବା ହାତ ତିଆରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

ଏଥିରେ ୫ଶହ ଲୋକଙ୍କ ପାଇଁ ଭୋଜି ଭାତ ହୋଇଥିଲା। ଭୋଜି ଭାତ ଘାଇ ସମସ୍ତେ ଘରକୁ ଯାଇଥିଲେ। ଭୋଜି ଭାତ ପରେ ବଡ଼ ଟପ ଓ
ବାଲଟି, ଡଙ୍କି, ଚାପା ଓ ଡାବୁ ଆଦି ରୋଷେଇରେ ବ୍ୟବହୃତ ଉପକରଣ ସବୁ ରହିଯାଇଥିଲା। ସେହି ଅଇଁଠା ବାସନକୁ  ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ର ରାତି ପ୍ରାୟ ୧୧ଟା ସମୟରେ କିଟ୍ କିଟ୍ ଅନ୍ଧାରରେ ଦେବୀ ନଦୀରେ  ମାଜୁଥିବା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ମୋବାଇଲେ ଲାଇଟ୍‌ ପକାଉଥିଲେ। ପିଲାମାନେ ମୋବାଇଲେ ଲାଇଟ୍‌ ଆଲୁଅରେ ବାସନ ମାଜୁଥିଲେ। ତେବେ ସେହି ବ୍ୟକ୍ତି ଜଣଙ୍କ ବ୍ଲକ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାଯାଇଛି।

Advertisment

ତେବେ କିଏ ପିଲାମାନଙ୍କ ଅଇଁଠା ମାଜିବାକୁ ଅନୁମତି ଦେଲା ତାହା ଜଣାପଡ଼ି ନାହିଁ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ  ବୃଦ୍ଧିଜୀବୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ତେବେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe