Advertisment

ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର

ଜାଗରକଣ୍ଡା ଜିଲ୍ଲା ନକ୍ସଲ ପ୍ରବଣ ଅଂଚଳରେ ହୋଇଥିବାରୁ ସୁରକ୍ଷା ଦୃଷ୍ଟିକୋଣରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

author-image
Tapaswini Nayak
ଅଦ୍ୟତନ ହୋଇଛି
Helicopter

Helicopter

ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ। ଆଜିଠାରୁ ଛତିଶଗଡରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ସୁକମା ଜିଲ୍ଲାର ଜାଗରକଣ୍ଡା ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ସେଠାକୁ ହେଲିକପ୍ଟର ଯୋଗେ ପ୍ରଶ୍ନପତ୍ର ପଠାଯାଇଛି ।

Advertisment

ଜାଗରକଣ୍ଡା ଜିଲ୍ଲା ନକ୍ସଲ ପ୍ରବଣ ଅଂଚଳରେ ହୋଇଥିବାରୁ ସୁରକ୍ଷା ଦୃଷ୍ଟିକୋଣରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜାଗରକଣ୍ଡା ଜିଲ୍ଲା ଦୁଇଟି ବିଦ୍ୟାଳୟର ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ସୂଚନାଯୋଗ୍ୟ, ଜାଗରକଣ୍ଡା ଅଞ୍ଚଳରେ କିଛି ଦିନ ହେବ ପୁଲିସ - ମାଓବାଦୀ ମଧ୍ୟରେ ଛକା ପଞ୍ଜା ଲାଗିରହିଛି। ତେଣୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି ପ୍ରଶାସନ। ଆଜି ସକାଳେ  ଯବାନମାନେ ହେଲିକପ୍ଟରରେ ପ୍ରଶ୍ନପତ୍ର ନେଇ ଜାଗରକଣ୍ଡା ଯାଇଥିଲେ। 

Advertisment
Malkangiri Matric Exam