/odisha-reporter/media/post_attachments/uploadimage/library/16_9/16_9_0/malkangiri_1701322508.jpg)
malkangiri
ବିଷାକ୍ତ ଫଳ ଖାଇ ୧୧ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛି। ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁରେ। ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି।
Advertisment
ଗତକାଲି ଅପରାହ୍ନ ସମୟରେ ପିଲାମାନେ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଘର ନିକଟରେ ଥିବା ଜଙ୍ଗଲରୁ ପିଲାମାନେ କୌଣସି ଏକ ବିଷାକ୍ତ ଫଳ ତୋଳି ଖାଇ ଦେଇଥିଲେ।
ସନ୍ଧ୍ୟା ବେଳେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। କିଛି ବିଷାକ୍ତ ଜିନିଷ ଖାଇବା ଯୋଗୁ ପିଲାମାନଙ୍କୁ ଝାଡ଼ା ବାନ୍ତି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
