Advertisment

ଚିଲିକାରେ ୧୧ ଲକ୍ଷ ୩୭ ହଜାର ପକ୍ଷୀ

ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

Chilika

Chilika

Advertisment

ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

Advertisment

ଏଥର ଚିଲିକାକୁ ଆସିଛନ୍ତି ୫ ହଜାର ୮୩୦ ଅଧିକ ପକ୍ଷୀ। ଆଜି ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଅଧିକ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିଥିବା ଜଣାପଡ଼ିଛି। ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ।

ଏବର୍ଷ ନଳବଣରେ ୩ ଲକ୍ଷ ୪୨ ହଜାର ୮୯୭ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଗଣନାରେ ନର୍ଦର୍ଣ୍ଣ ପିନଟେଲ୍ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏମାନଙ୍କ ସଂଖ୍ୟା ହେଲା ୨ ଲକ୍ଷ ୧୮ ହଜାର ୬୫୦। ସେହିପରି ୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

Advertisment
Chilika Lake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe