Advertisment

ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର

ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

author-image
Manoranjan Sial
BBSR

BBSR

ରାଜଧାନୀ ଭୁବନେଶ୍ୱରରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଫ୍ଲାଟ୍‌। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଛନ୍ତି।

Advertisment

ଆଜି ମୋଟ୍‌ ୧୧୬ ହିତାଧିକାରୀ ଆବଣ୍ଟନ ପତ୍ର ବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ଏଏଚପି ପାଇଁ ୪୭, ନୀଳମାଧବ ଆବାସ ଏଏଚପି ପାଇଁ ୩୬ ଓ ସୁବୁଦ୍ଧିପୁର ବରୁଣେଇ ଏନକ୍ଲେଭ ଏଏଚପି ପାଇଁ ୨୮ ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ରାଜଧାନୀରେ ଘର ମାଲିକ ହେବା ଅନେକଙ୍କ ପାଇଁ ସ୍ୱପ୍ନ। ବିଡିଏର ସୁଲଭ ଆବାସ ଯୋଜନା ମାଧ୍ୟମରେ ଆମେ ସହରାଞ୍ଚଳ ଗରିବଙ୍କୁ ଆଶ୍ରୟ ଦେବା ସହ କେବଳ ବାସଗୃହ ନୁହେଁ ବରଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପ୍ରକଳ୍ପଗୁଡ଼ିକ ଉନ୍ନତ ଜୀବନଯାପନ ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ମୌଳିକ ସୁବିଧା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଆଜିର ଏହି କାର୍ଯ୍ୟକ୍ରମରେ, ଲଟେରୀ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛ ଭାବରେ ଗୃହ ଆବଣ୍ଟନ କରାଯାଇଥିଲା। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଡିଏର ବରିଷ୍ଠ ଅଧିକାରୀ ଓ ଓଏମ୍‌ସିର ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖରପୁର ମୌଜାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଛି। ସେଥିରୁ ୮୨୦ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିଛି। ଏଠାରେ ଅଦ୍ୟାବଧି ୬୯୦ଟି ଘରର ଆବଣ୍ଟନ ହୋଇସାରିଛି। ଆଜି ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର ଆବଣ୍ଟନ କରାଯାଇଛି। ଅବଶିଷ୍ଟ ୧୮୬୩ ଗୃହ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ।

କେୟାର ହସ୍ପିଟାଲ ନିକଟସ୍ଥ ନୀଳମାଧବ ବସ୍ତିରେ ୮.୧୮ ଡେସିମିଲ୍ ଜାଗାରେ ୧୨୦୦ଟି ଗୃହ ନିର୍ମାଣ କରାଯିବ ପାଇଁ ଯୋଜନା ରଖାଯାଇଛି। ଏଥିରୁ ୯୬୦ଟି ଗୃହର କାର୍ଯ୍ୟ ଶେଷ ହୋଇଛି। ୫୦୭ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇଛି। ଆଜି ଏଠାରେ ୩୬ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇପାରିଛି। ଅବଶିଷ୍ଟ ୬୫୭ଟି ପରିବାରକୁ ପର୍ଯ୍ୟାୟ କ୍ରମେ ଘର ଯୋଗାଇ ଦିଆଯିବ।

ସୁବୁଧିପୁରଠାରେ ବରୁଣେଇ ଏନକ୍ଲେଭ୍‌ରେ ମୋଟ ୩୪୨ଟି ଘର ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ସମସ୍ତ ୩୪୨ଟି ଘରର ନିର୍ମାଣ ହୋଇସାରିଛି। ଆଜି ୨୮ଟି ଯୋଗ୍ୟ ପରିବାରକୁ ଏଠାରେ ଗୃହ ଯୋଗାଇ ଦିଆଯିବ। ବଳକା ୧୩୫ଟି ଗୃହକୁ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ।

ସେହିଭଳି ସତ୍ୟନଗରଠାରେ ଥିବା ଶାନ୍ତିପଲ୍ଲୀ ବସ୍ତିକୁ ୧୦ ଏକର ଜାଗାରେ ପୁନଃ ନିର୍ମାଣ କରାଯାଇ ୧୩୦୦ଟି ଗୃହ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅଦ୍ୟାବଧି ଏଠାରେ ୫୬୦ଟି ଗୃହର କାର୍ଯ୍ୟ ଶେଷ ହୋଇସାରିଛି। ୪୫୧ଟି ଯୋଗ୍ୟ ପରିବାରକୁ ଗୃହ ଆବଣ୍ଟନ କରାଯାଇଛି। ଆଜି ୩ଟି ପରିବାରକୁ ଏହି କେଶରୀ ରେସିଡେନ୍ସିରେ ଘର ଆବଣ୍ଟନ କରାଯାଇଛି। ଅବଶିଷ୍ଟ ୮୪୬ ପରିବାରକୁ ପର୍ଯ୍ୟାୟ କ୍ରମେ ଗୃହ ଆବଣ୍ଟନ କରାଯିବ।

Bhubaneswar Bhubaneswar News