ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଙ୍କଡ଼ାହାଡ଼ ବନ୍ଦ ଡାକରା ଦେଇଛି ବଣିକ ସଂଘ। ସେମାନଙ୍କ ସହ ସ୍ଥାନୀୟ ଲୋକ ବି ସାମିଲ ହୋଇଛନ୍ତି। ବନ୍ଦ ଯୋଗୁ ଦୋକାନବଜାର ବନ୍ଦ ରହିଛି। ଏଥିସହ ଆନ୍ଦୋଳନକାରୀ ମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।
ଅଭିଯୋଗ ଅନୁସାରେ, କଙ୍କଡାହାଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଏନେଇ ବିଦ୍ୟୁତ ବିଭାଗ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏହାର ପ୍ରତିବାଦରେ ଆଜି ବଣିକ ସଂଘ ଓ ଅଞ୍ଚଳବାସୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।
Also Read
କଙ୍କଡାହାଡ ବ୍ୟବସାୟୀ ଅଜିତ ଖୁଣ୍ଟିଆ କହିଛନ୍ତି, ଟିକିଏ ପବନ ହେଲା ଲାଇନ କାଟି ଦେଉଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ଲାଭ ହେଲା ନାହିଁ। ଶେଷରେ ଆମେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲୁ।
ସେହିପରି କଙ୍କଡାହାଡ଼ ବାସିନ୍ଦା ସନ୍ତୋଷ କୁମାର ମିଶ୍ର କହିଛନ୍ତି,ବାରମ୍ବାର ଦାବି କରିବା ସତ୍ତ୍ୱେ ଆମ ସମସ୍ୟାର କୌଣସି ସମାଧାନ ହେଲା ନାହିଁ। ଏଥର ଯଦି ଆମ ସମସ୍ୟା ସମାଧାନ ନ ହୁଏ ଜନ ଆନ୍ଦୋଳନ କରିବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍ପୁଟ ସହାୟତା
ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି।
Miscellaneous
୧୬ରୁ ରତ୍ନଭଣ୍ଡାର ମରାମତି!
ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ।
Miscellaneous
ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୨୪ ପ୍ରଦାନ: ୯ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲେ।
Miscellaneous
ପିଲାଙ୍କୁ ନିମ୍ନମାନର ଛତୁଆ : ୪୨ଜଣ ସିଡିପିଓ ଓ ୧୨୦ ଏସଏଚଜିକୁ କାରଣଦର୍ଶାଅ ନୋଟିସ
୫ଟି ଏସଏଚଜିକୁ ଛତୁଆ ପ୍ରସ୍ତୁତି କାର୍ଯ୍ୟରୁ ସମ୍ପୂର୍ଣ୍ଣ ବିଦା କରାଯାଇଛି। ବିଧାନସଭାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଲେ ଉତ୍ତର।
Miscellaneous
୧୫ କୋଟି ୩୫ ଲକ୍ଷ ୭୨ ବଲକ୍ ଲିଟର ବିୟର ପିଇଦେଲେ ମଦୁଆ
ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି।