Advertisment

ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ୧୨ ଘଣ୍ଟିଆ କଙ୍କଡ଼ାହାଡ଼ ବନ୍ଦ

ଏଥିସହ ଆନ୍ଦୋଳନକାରୀ ମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

Strike

Strike

Advertisment

ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଙ୍କଡ଼ାହାଡ଼ ବନ୍ଦ ଡାକରା ଦେଇଛି ବଣିକ ସଂଘ। ସେମାନଙ୍କ ସହ ସ୍ଥାନୀୟ ଲୋକ ବି ସାମିଲ ହୋଇଛନ୍ତି। ବନ୍ଦ ଯୋଗୁ ଦୋକାନବଜାର ବନ୍ଦ ରହିଛି। ଏଥିସହ ଆନ୍ଦୋଳନକାରୀ ମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, କଙ୍କଡାହାଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଏନେଇ ବିଦ୍ୟୁତ ବିଭାଗ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏହାର ପ୍ରତିବାଦରେ ଆଜି ବଣିକ ସଂଘ ଓ ଅଞ୍ଚଳବାସୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

କଙ୍କଡାହାଡ ବ୍ୟବସାୟୀ ଅଜିତ ଖୁଣ୍ଟିଆ କହିଛନ୍ତି, ଟିକିଏ ପବନ ହେଲା ଲାଇନ କାଟି ଦେଉଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ଲାଭ ହେଲା ନାହିଁ। ଶେଷରେ ଆମେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲୁ।

Advertisment

ସେହିପରି କଙ୍କଡାହାଡ଼ ବାସିନ୍ଦା ସନ୍ତୋଷ କୁମାର ମିଶ୍ର କହିଛନ୍ତି,ବାରମ୍ବାର ଦାବି କରିବା ସତ୍ତ୍ୱେ ଆମ ସମସ୍ୟାର କୌଣସି ସମାଧାନ ହେଲା ନାହିଁ। ଏଥର ଯଦି ଆମ ସମସ୍ୟା ସମାଧାନ ନ ହୁଏ ଜନ ଆନ୍ଦୋଳନ କରିବୁ।

Strike Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe