Advertisment

୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ; ଜୀବନଯାତ୍ରା ଠପ୍‌

ଦୀର୍ଘ ୩ ବର୍ଷ ହେଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଳୀରୁ ଚିନାଯୁରୀ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି।

Bandh

Bandh

Advertisment

ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ। ୨୬ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି ବନ୍ଦପାଳନ କରାଯାଉଛି।

Advertisment

ଏହି ବନ୍ଦ ପାଳନରେ ଜରୁରୀ ସେବାକୁ ବାଦଦେଇ ସହରର ଦୋକାନ ବଜାର,ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି। ଦୀର୍ଘ ୩ ବର୍ଷ ହେଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଳୀରୁ ଚିନାଯୁରୀ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି। ବଡ଼ବଡ଼ ଖାଳଖମା ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।

ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲାପରେ ବି କୌଣସି ସୁଫଳ ମିଳିନାହିଁ। ଯେଉଁଥିପାଇଁ ଗତକାଲି ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଆଜି ମଧ୍ୟ ପାଳନ କରାଯାଉଛି।

Advertisment
Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe