Advertisment

୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ; ଜୀବନଯାତ୍ରା ଠପ୍

କୁଚିଣ୍ଡାର ସମସ୍ତ ନାଗରିକଙ୍କୁ ଏହି ବନ୍ଦରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ମଧ୍ୟ କମିଟି ଆହ୍ୱାନ ଦେଇଛି।

kuchinda

kuchinda

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

Advertisment

କୁଚିଣ୍ଡାର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ହେଲେ ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ, ସେଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ ଛୁରିଆ।

ଅନ୍ୟପକ୍ଷରେ କୁଚିଣ୍ଡାର ସମସ୍ତ ନାଗରିକଙ୍କୁ ଏହି ବନ୍ଦରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ମଧ୍ୟ କମିଟି ଆହ୍ୱାନ ଦେଇଛି।

Advertisment
Kuchinda Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe