/odisha-reporter/media/post_attachments/uploadimage/library/16_9/16_9_0/Strike_1727495995.jpg)
Strike
୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି।
Advertisment
ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି। ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି। ହରିଶଙ୍କର ରୋଡ୍ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।
ତେବେ ପୂର୍ବରୁ ମଧ୍ୟ୍ୟ ଅନେକ ଥର ପାଟଣାଗଡ଼ ନୂତନ ରେଳ ଲାଇନ ପାଇଁ ଦାବି କରାଯାଇଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଥିଲେ। ଏଥିପାଇଁ ୨.୫ କୋଟି ଟଙ୍କା ବି ଅନୁମୋଦନ କରିସାରିଛନ୍ତି, ଜମି ଚିହ୍ନଟ ବି ସରିଛି।ହେଲେ ପ୍ରକଳ୍ପ କାମ ଆଉ ଆଗେଇ ପାରିନାହିଁ। ଏଥିପାଇଁ ସିଟିଜେନ୍ ଫୋରମ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
