Advertisment

ମିଳିଲାନି ଏନ୍‌ଏସି ମାନ୍ୟତା: ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ

୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନ୍‌ଏସି ଗଠନ କରିବାକୁ ଘୋଷଣା କରିଛନ୍ତି ସରକାର।

ଅଦ୍ୟତନ ହୋଇଛି
Loisingha

Loisingha

Advertisment

ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ସେଥିରେ ନାହିଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକର ନାଁ। ଫଳରେ ଏହି ଦୁଇ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ଆଜି ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Advertisment

ଲୋଇସିଂହାକୁ ଏନ୍‌ଏସି ଘୋଷଣା କରା ନଯିବା ପ୍ରତିବାଦରେ ଏଠାରେ ବନ୍ଦ ଡାକରା ଦେଇଛି ଲୋଇସିଂହା ବିକାଶ ପରିଷଦ। ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥ କରିଛନ୍ତି। କିଛି ସ୍ଥାନୀୟ ବିଜେଡି ନେତା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଦୀର୍ଘ ବର୍ଷ ହେଲା ଲୋଇସିଂହାକୁ ଏନଏସି ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଏନଏସି ଘୋଷଣା କଲେ ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଗତକାଲି ରାତିରେ ବ୍ଲକ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦେହ କରାଯାଇଥିଲା।

Advertisment

ସେହିପରି ବୌଦ୍ଧ ଜିଲ୍ଲା ପୁରୁଣାକଟକକୁ ଏନ୍ଏସି ମାନ୍ୟତା ନ ମିଳିବା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପୁରୁଣାକଟକ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ଟାରୁ ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ପୁରୁଣାକଟକ ବ୍ୟବସାୟୀ ସଂଘ, ଭୈରବୀ କ୍ଲବ ସୁରକ୍ଷା ସମିତି ଓ ତିଳେଶ୍ୱର ଯୁବକ ସଂଘ ପକ୍ଷରୁ ପୁରୁଣାକଟକକୁ ଏନ୍‌ଏସି ମାନ୍ୟତା ଦେବା ପାଇଁ ପୂର୍ବରୁ ଦାବି ହୋଇଆସୁଥିଲା। କିନ୍ତୁ ଗତକାଲି ପୁରୁଣାକଟକବାସୀ ନିରାଶ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦିଆ ଯିବ ବୋଲି କ୍ରିୟାନୁଷ୍ଠାନ କମିଟି ର ଆବାହକ ସୁକାନ୍ତ ପଟ୍ଟନାୟକ କହିଛନ୍ତି।

ଏନ୍‌ଏସି ମାନ୍ୟତା ନ ମିଳିବାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ବୀରମହାରାଜପୁର ନାଗରିକ କମିଟି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପଦ୍ମନାଭ ବେହେରାଙ୍କୁ ସେମାନେ ଦାୟୀ କରିଛନ୍ତି। ସେମାନେ ନବୀନ ପଟ୍ଟନାୟକଙ୍କ ଫଟୋରେ କାଳି ବୋଳି ପ୍ରତିବାଦ କରିଛନ୍ତି। ନାଗରିକ କମିଟି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଛି। 

ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଓ ସଂଇତଳାକୁ ଏନ୍‌ଏସି ଘୋଷଣା କରାଯାଇଥିବା ବେଳେ କଣ୍ଟାବାଞ୍ଝିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼କୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ ଭେଡେନ, ଭଦ୍ରକର ଅଗରପଡ଼ା, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମା, ନୂଆପଡ଼ାର ସିନାପାଲି, ରାୟଗଡ଼ାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ର ବଣେଇ, ଗଞ୍ଜାମର ଶେରଗଡ଼ ଓ କୁକୁଡ଼ାଖଣ୍ଡି, ନୟାଗଡ଼ର କଣ୍ଟିଲୋ, ଖୋର୍ଦ୍ଧାର ଟାଙ୍ଗୀ ଓ ବେଗୁନିଆ, କଟକର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜର ବେତନଟି ଓ ଢେଙ୍କାନାଳର ପରଜଙ୍ଗକୁ ଏନ୍‌ଏସି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

NAC Municipality
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe