Advertisment

ଭୟଙ୍କର ଅଗ୍ନିକାଣ୍ଡ: ଜଳି ଗଲା ୧୨ରୁ ଅଧିକ ଘର

ଗାଁର ହରି ନାଏକଙ୍କ ଘରେ କୌଣସି କାରଣରୁ ଆଜି ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ଲାଗିଥିବା ହଟିଆ ନାଏକ, ବିଜୟ ନାଏକ,ରାଧୁ ଓ ବୁନୁ ନାଏକଙ୍କ ଘରକୁ ଏହା ବ୍ୟାପି ଯାଇଥିଲା।

Fire

Fire

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ହରିଜନ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ଗାଁରେ ଥିବା ୧୨ରୁ ଅଧିକ ଚାଳଛପର ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଘର ମଧ୍ୟରେ ଥିବା ଜିନିଷପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗାଁର ହରି ନାଏକଙ୍କ ଘରେ କୌଣସି କାରଣରୁ ଆଜି ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ଲାଗିଥିବା ହଟିଆ ନାଏକ, ବିଜୟ ନାଏକ,ରାଧୁ ଓ ବୁନୁ ନାଏକଙ୍କ ଘରକୁ ଏହା ବ୍ୟାପି ଯାଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।

ନିଆଁ ଲାଗିବା ସମ୍ପର୍କରେ ଖବର ପାଇବା କ୍ଷଣି କାମାକ୍ଷାନଗର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ବେଶ ପରିଶ୍ରମ କରିବାକୁ ପଡ଼ିଥିଲା।

Advertisment

ସେମାନେ ନିଆଁକୁ ଆୟତ୍ତ କରିବାକୁ ପୂର୍ବରୁ ଘରଗୁଡ଼ିକ ଭିତରେ ଥିବା। ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ, ଦରକାରୀ ଦସ୍ତାବିଜ ପୋଡ଼ି ପାଉଁଶ ହୋଇ ସାରିଥିଲା।

ଅଗ୍ନିକାଣ୍ଡ ଯୋଗୁ ଅନେକ ଲୋକ ଏବେ ରିଲିଫ ଅପେକ୍ଷାରେ ରହିଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗା ଦେବାକୁ ଗାଁର ଅନ୍ୟ ଲୋକମାନେ ଦାବି କରିଛନ୍ତି।

ରିପୋର୍ଟ: କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Odisha Fire Breakout Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe