ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ପାଇଲେ ୧୨୮ ଜଣ ଓଏଏସ୍‌

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ୧୨୮ଜଣ ଟ୍ରେନିଂ ଓଏଏସଙ୍କୁ ବିଭିନ୍ନ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି ।

ଲୋକସେବା ଭବନ

  • Published: Thursday, 30 November 2023
  • , Updated: 30 November 2023, 10:45 PM IST

ରାଜ୍ୟ ସରକାର ଆଜି ୧୨୮ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅଫିସରମାନେ ୨୦୨୩ ଜାନୁୟାରୀ ୩ ତାରିଖରୁ ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ଅଫିସର ଭାବେ ପ୍ରଶିକ୍ଷଣ ନେଉଥିଲେ ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ୧୨୮ଜଣ ଟ୍ରେନିଂ ଓଏଏସଙ୍କୁ ବିଭିନ୍ନ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଜିଲ୍ଲାସ୍ତରରେ ଯେଉଁ ଓଏଏସ୍ ଅଫିସରମାନେ ନିଜର ପ୍ରଶିକ୍ଷଣ ସମାପ୍ତ କରିସାରିଲେଣି ସେମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାକି ଓଏଏସଙ୍କୁ ସେମାନଙ୍କ ପ୍ରଶିକ୍ଷଣ ଅବଧି ସମାପ୍ତ ହେବାମାତ୍ରେ ରିଲିଭ୍ କରିବାକୁ କୁହାଯାଇଛି । ଯାହାଫଳରେ ଏହି ଅଫିସରମାନେ ନୂଆ ପଦରେ କାର୍ଯ୍ୟ କରିପାରିବେ ।

Related story